-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
29-Mar-2026
(ରଂଜିତ ମହାନ୍ତି )
ପବିତ୍ର ରାମନବମୀ ଅବସର ରେ ମନୋରମା କ୍ରିଏଟିଭିଟ କାଉନସିଲ ଟ୍ରଷ୍ଟ ଆନୁକୂଲ୍ୟରେ ବରୀ ବ୍ଳକ ଗୋଳକୁଣ୍ଡ ସ୍ଥିତ ସନରାଇଜ ପବ୍ଲିକ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେଇଥିଲା l ବୟେlଜ୍ୟେଷ୍ଠ ଶିକ୍ଷାବିତ ସମାଜସେବୀ ବେଣୁଧର ପତିଙ୍କ ସଭାପତିତ୍ୱ ରେ ବରୀ ବ୍ଳକ ଭେଟନାରୀ ଅଫିସର ଡାକ୍ତର ଭକ୍ତ ଚରଣ ସେଠି, ବରୀ ଥାନା ଅଧିକାରିଣୀ ହେମଲତା ଦାସ,ସମାଜସେବୀ ବିଜୟ ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭଞ୍ଜ କିଶୋର ଦାଶ, ଶତ୍ରୁଘନ ଜେନା, ସରପଞ୍ଚ ସବିତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସବ କୁ ଉଦଘାଟନ କରିଥିଲେ l କୁନି କୁନି ଛାତ୍ର ଓ ଛାତ୍ରୀ ମାନେ ହେଲେ ଦେଶ ର ଭବିଷ୍ୟତ ବିଦ୍ୟାଳୟ ହେଉଛି ମଣିଷ ଗଢା କରଖାନା ଛାତ୍ର ଓ ଛାତ୍ରୀ ମାନେ ବିଦ୍ୟାଳୟ ଭଲ ପାଠ ପଢିବା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଦେଖାଇଲେ ଭଲ ମଣିଷ ହେବା ସହ ସମାଜର ଟେକ ରଖିପାରିବେ l ଏଥିପାଇଁ ମା ମାନଙ୍କର ଗୁରୁ ଦାୟତ୍ୱ ଅଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଶିକ୍ଷକ ଅଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ, ଉତ୍ସବର ଆଭିମୂଖ୍ୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ରୁଦ୍ର ମାଧବ ରଥ ଶ୍ଲୋକ ଆବୃତି କରିଥିଲେ l ଏହି ଅବସର ରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ କୃତି ଛାତ୍ର ଓ ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଅଧକ୍ଷ ଚନ୍ଦ୍ରମଣି ବଳ, ଉପାଧ୍ୟକ୍ଷ ଦେବ ପ୍ରସାଦ ବଳ ଶିକ୍ଷକ କରିସ୍ମା ପାତ୍ର, ବିଷ୍ନୁ ପ୍ରିୟା ଜେନା, ଶିବରଣ ଜେନା, ପୂଜା ମଲ୍ଲିକ, ପ୍ରିୟତମା ଦାସ, ରୁଦ୍ର ମାଧବ ରଥ, ମନଶ୍ୱନୀ ଜେନା, ଶୁଭସ୍ମିତା ପ୍ରଧାନ, ସମ୍ପାଦକ କୈବଲ କୁମାର ବଳ, ସଭାପତି ସଂଗୀତା ପ୍ରଧାନ ପ୍ରମୁଖ ଯୋଗଦେଇ ଉତ୍ସବକୁ ପରିଚାଳନା କରିବାରେ ସହଯୋଗ କରିଥିଲେ l