-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
28-Mar-2026
(ରଂଜିତ ମହାନ୍ତି )
ବରୀ ବ୍ଲକ ଅଧୀନ ବାଲିଆ ପଞ୍ଚାୟତ ଅଭିମନ୍ୟୁ ବାଲିଆ ଗ୍ରାମର ଧର୍ମପରାୟଣ ମହିଳା ଅମ୍ଭଅନୁପମା ଜେନାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି I ତାଙ୍କୁ ୭୪ ବର୍ଷ ନଶ୍ବରସ୍ଥିତ ବୟସ ହେ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ଭି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥୁଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଛାୟା ଖେଳିଯାଇଥିଲା। ମରଶରୀର ବାସଭବନରେ ପହଞ୍ଚିବ ଞ୍ଚିବା ପରେ ବହୁ ବ୍ୟକ୍ତି ପହଞ୍ଚୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଳେ ଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଥିଲା। ବଧପୁଅ ଜୀବନେନ୍ଦୁ ଜେନା ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟବେଳେ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀ ଉପସ୍ଥିତଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଭାଜପା ମୁଖପାତ୍ର ମନୋଜ ମହାପାତ୍ର, ଜଗା ଶିଶୁ ସାହିତ୍ୟ ସଂସଦ ସଭାପତି ଅଜୟ ଜେନା, ବିଧାଗ୍ଧ ସଭାପତି ଶରତ ଜେନା ଓ ଖବରଦାତା ଚୈତନ୍ୟ ଜେନା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି