-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଚାଞ୍ଚଲ୍ୟକର ଚର୍ଚ୍ଚା♦️ ଶିକ୍ଷକଙ୍କ ଦ୍ବାରା ଛାତ୍ରୀ ଗର୍ଭବତୀ ଅଭିଯୋଗ: ଗ୍ରାମବାସୀ , ବିଭାଗ ଓ ଗଣମାଧ୍ୟମ ଜାଣି ବି ଚପାଇଦେଲେ !

23-Mar-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଳକ ଅନ୍ତର୍ଗତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀର ଛାତ୍ରୀକୁ ଉକ୍ତ ସ୍କୁଲର ଜଣେ ସହକାରୀ ଶିକ୍ଷକ ଏକ ଗ୍ରୁପ୍ ଖୋଲି ନାଚଗୀତ କରାଇବା ଆଳରେ ବିଭିନ୍ନ ଆଡକୁ ନେଇ ତା' ସହ ଅବୈଧ ସମ୍ପର୍କ ସ୍ଥାପନ କରିବା ଓ ଏହାଫଳରେ ଉକ୍ତ ନାବାଳିକା ଛାତ୍ରୀଟି ଅବାଞ୍ଛିତ ଗର୍ଭବତୀ ହୋଇ ପଡିଥିବା ଅଭିଯୋଗର ଚାଞ୍ଚଲ୍ୟକର ଚର୍ଚ୍ଚା ପ୍ରକାଶ ପାଇଛି ।  ଏପରିକି ଉକ୍ତ ଗ୍ରାମର କେତେକ ଗ୍ରାମବାସୀ ପୁଇଁତଳା ବିଇଓ ଏବଂ ବଲାଙ୍ଗୀର ଡିଇଓଙ୍କ ପାଖରେ ଏହି ସମ୍ବେଦନଶୀଳ ଚରମ ଆପତ୍ତିଜନକ ଅଭିଯୋଗ ଉଲ୍ଲେଖ କରି ନଥିଲେ ହେଁ, ଉକ୍ତ ନାବାଳିକା ଏବଂ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଜାତିର ସାମାଜିକ ଇଜ୍ଜତ୍ ର ଆଞ୍ଚ ନ ଆସିବା ନିମନ୍ତେ  ପ୍ରକୃତ ଘଟଣାକୁ ଉହ୍ୟ ରଖି , ଶିକ୍ଷକ ଜଣକ ନିୟମିତ ସ୍କୁଲକୁ ଆସୁ ନଥିବା , ଠିକାକାମ କରୁଥିବା ଇତ୍ୟାଦି ଆରୋପ ଦର୍ଶାଇ  ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ଗ୍ରାମର ସ୍କୁଲରୁ ଅନ୍ୟତ୍ର ବଦଳି କରିବାକୁ ଲିଖିତ ଦାବି କରିଛନ୍ତି ।  ଏହାପରେ ପୁଇଁତଳା ବିଇଓ ତାଙ୍କ ଅଧୀନସ୍ଥ ଏବିଇଓଙ୍କୁ ସ୍କୁଲକୁ ପଠାଇ  ଅଭିଯୋଗର ତଦନ୍ତ କରିଥିବା ପ୍ରକାଶ । କିନ୍ତୁ ତଦନ୍ତକାରୀ ଉକ୍ତ  ଏବିଇଓ ଓ ହେଡ୍  କ୍ଲର୍କ ଅଭିଯୋଗର ସତ୍ଯତା ନଥିବା ପ୍ରକାଶ କରିଛନ୍ତି ।ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ ମଧ୍ଯ ଏହାର ଆଉଥରେ ତଦନ୍ତ କରାଯାଇଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।  ଏ ସମ୍ପର୍କରେ ବିଇଓ ରତ୍ନମୟୀ ପୁରୋହିତ, ବିଆର୍ ସି ଲଛମନ ପ୍ରଧାନ ଓ ସ୍କୁଲକୁ ଯାଇ ତଦନ୍ତ କରିଥିବା ଏବିଇଓ ତ୍ରିନାଥ ପାତ୍ର ଅଭିଯୋଗକାରୀଙ୍କ ନାମ ପ୍ରକାଶ ନ କରି ଗ୍ରାମବାସୀଙ୍କ ଏପରି ଅଭିଯୋଗର ପ୍ରକୃତ କାରଣ ସମ୍ପର୍କରେ ଅଜଣା ଥିବା ଦର୍ଶାଇ ମୁହଁ ଖୋଲୁ ନଥିବା ବେଳେ , ଘଟଣା ସମ୍ପର୍କରେ ଏକ ଦୈନିକ ସମ୍ବାଦପତ୍ରରେ ବାରମ୍ବାର ପରୋକ୍ଷ ଖବର ପ୍ରକାଶ ପାଇଥିବାରୁ ଚର୍ଚ୍ଚା ଥମିନାହିଁ ।

ଏହି ଅନୁଯାୟୀ, ବୁବେଲ ପଞ୍ଚାୟତର ଏହି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ନିର୍ଦ୍ଦିଷ୍ଟ ଉଚ୍ଚ ବର୍ଗର ୭ମ ଶ୍ରେଣୀର ଗରିବ ପରିବାରର ଛାତ୍ରୀ ସହିତ ଅନ୍ୟ କେତେକ ଛାତ୍ରୀଙ୍କୁ ଉକ୍ତ ସ୍କୁଲର ଜଣେ ମଧ୍ୟବୟସ୍କ ଉକ୍ତ ବ୍ଲକର ବିବାହିତ ସନ୍ତାନଙ୍କ ପିତା ରସିକିଆ ଶିକ୍ଷକ ଏକ ନାଚଗୀତ ଗ୍ରୁପ୍ ବନାଇ ଅନ୍ଯାନ୍ଯ ସ୍କୁଲ୍ , କଂସ ଦରବାର ଓ ଅନ୍ୟ ଛାତ୍ରୀଙ୍କ ବାର୍ଥ ଡେ' ପାର୍ଟି ଇତ୍ୟାଦିକୁ ନେଇ ନଚାଇବା ବାହାନାରେ ନିଜର କୁତ୍ସିତ ବାସନାର ପୂର୍ତ୍ତି କରୁଥିବା ଓ ଫଳତଃ ଛାତ୍ରୀଟି ଗର୍ଭବତୀ ହୋଇ ପଡିବାରୁ କଥା ଫୁଟି ବାହାରକୁ ଆସିବା କୁହାଯାଉଛି । ଛାତ୍ରୀଟିର ବାପମାଆ ଝିଅର ମାନଇଜ୍ଜତ ଦୃଷ୍ଟିରୁ ଓ ଗରିବ ହୋଇଥିବାରୁ ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ଟଙ୍କା ଚାପରେ ନୀରବ ରହିଥିବା ଚର୍ଚ୍ଚାରୁ ପ୍ରକାଶ  । 

ତେବେ ଏହା ପ୍ରାୟ ଦୁଇମାସ ତଳର ଘଟଣା ବୋଲି ବିଇଓ ଅଫିସ୍ ର ଜନୈକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଥିବା ବେଳେ , ବିଇଓ ଜାଣି ନ ଜାଣିଲା ପରି ଉକ୍ତ ଚରମ ଆପତ୍ତିଜନକ କାରଣ ବିଷୟରେ ଅଜ୍ଞତା ପ୍ରକାଶ କରିଥିବା ଓ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏ ଘଟଣା ସମ୍ପର୍କରେ ଜାଣି ନଥିବା କହିଥିବା ସହ ଗ୍ରାମର ଉକ୍ତ ଛାତ୍ରୀଟି ଏବେ ନିକଟସ୍ଥ ଗ୍ରାମର ହାଇସ୍କୁଲରେ ପଢୁଥିବା ଓ ଏହା ପ୍ରାୟ ବର୍ଷେ ତଳର ଚର୍ଚ୍ଚା ବୋଲି କହିଛନ୍ତି।  ଏଭଳି ଗୁରୁତର ଅଭିଯୋଗ ସମ୍ପର୍କରେ ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ପଚରାଯିବାରୁ ଏହା ସତ ନୁହେଁ । ତାଙ୍କର ସ୍କୁଲରେ ଗତ ତିନିବର୍ଷର ସଫଳ ଶିକ୍ଷାଦାନ , ସ୍କୁଲରେ ଗଛଲତା ଲଗାଇ ପରିବେଶ ସୁରକ୍ଷା ଓ ଅନ୍ଯାନ୍ଯ ଉନ୍ନୟନମୂଳକ କାମରେ ଈର୍ଷାନ୍ବିତ ହୋଇ ଏବଂ ପ୍ରାୟ ୩/୪ ମାସ ତଳେ ସ୍କୁଲର ବୈଦ୍ୟୁତିକ ସରଞ୍ଜାମ ଚୋରି ହେବାରୁ ଥାନାରେ ଏତଲାକ୍ରମେ ଗ୍ରାମର ୩/୪ ଜଣ ଅଭିଯୁକ୍ତ ଚୋର ଗିରଫ ହୋଇ ଜେଲ୍ ଯିବାରୁ ଏହା ସେମାନଙ୍କ ବିରୋଧର ପ୍ରତିଶୋଧ ଏବଂ ସେ ବର୍ଷେ ହେଲା ତାଙ୍କର ନାଚଗୀତ ଗ୍ରୁପ୍ କୁ ବନ୍ଦ କରି ଦେଇଛନ୍ତି ବୋଲି ସଫେଇ ଦେଇଛନ୍ତି । ଯଦି ତାଙ୍କୁ ଗ୍ରାମବାସୀ ସ୍କୁଲରେ ରଖିବାକୁ ଚାହୁଁନାହାଁନ୍ତି , ସେ ମଧ୍ଯ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯିବାକୁ ଚାହାଁନ୍ତି ବୋଲି ସଫେଇ ଦେଇଛନ୍ତି । ତେବେ ଯଦି ତାଙ୍କ କଥା ସତ ହୋଇଥାଏ , ଅଭିଯୋଗକାରୀମାନେ ଉପରୋକ୍ତ ଚୋରି ମାମଲାର ପ୍ରତିଶୋଧ ପାଇଁ ପ୍ରଧାନଶିକ୍ଷକଙ୍କୁ ଛାଡି ତାଙ୍କ ପରି ଜଣେ ସହକାରୀ ଶିକ୍ଷକଙ୍କ ପ୍ରତି କାହିଁକି ଏତାଦୃଶ ଅଭିଯୋଗ ଉଠାଇଛନ୍ତି  ?  ବିଡମ୍ବନାର ବିଷୟ ଯେ , ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ସପକ୍ଷରେ  ମହିଳାଙ୍କ ସମେତ କେତେକ ଗ୍ରାମବାସୀମାନେ ମଧ୍ଯ ଉକ୍ତ ଶିକ୍ଷକଙ୍କୁ  ବଦଳି କରା ନଯିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିବା ପ୍ରକାଶ ।

ତେବେ ଉକ୍ତ  ଉଚ୍ଚ ପ୍ରାଥମିକ ସ୍କୁଲରୁ ଗ୍ରାମର ଉକ୍ତ ପୀଡିତା ଛାତ୍ରୀ ଜଣକ ପାଖ ଗ୍ରାମର ହାଇସ୍କୁଲକୁ ପଢିବାକୁ ୭ମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେଲାପରେ ଯାଇଛନ୍ତି ନା ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ , ଭଲ ସ୍କୁଲ୍ ବୋଲି ଉତ୍ତୀର୍ଣ୍ଣ ନ ହେଲେ ବି କେତେକ ପିଲା  ଅଧାରୁ ଯାଇଥାନ୍ତି ବୋଲି କହିଥିବାରୁ ଛାତ୍ରୀଟି ଯାଇଛି ; ତଦନ୍ତରେ ଏଥିରୁ ଜଣାପଡିବ ବୋଲି କୁହାଯାଉଛି ।

ସର୍ବୋପରି ଯଦି ଉପରୋକ୍ତ ଗୁରୁତର ଅଭିଯୋଗର ଚର୍ଚ୍ଚା ସତ୍ଯ ହୋଇଥାଏ , ତେବେ ଏତେଦିନ ହେଲା ଶିକ୍ଷାବିଭାଗର ଅଧିକାରୀ ମାନେ କାହିଁକି ଥାନାପୁଲିସରେ ଏତଲା ଦେଇ ନାହାଁନ୍ତି ? '- ବୋଲି ଲୋକେ ପ୍ରଶ୍ନ କରୁଛନ୍ତି  । ଗ୍ରାମବାସୀ ଓ ପୀଡିତ ପରିବାର ପକ୍ଷରୁ ମଧ୍ଯ  ଏପରି ଗୁରୁତର ସମ୍ବେଦନଶୀଳ ଅଭିଯୋଗ ସମ୍ପର୍କରେ ମାମଲା ଦାଏର କରିବା ଦରକାର ବୋଲି ଜନମତ ପ୍ରକାଶ ପାଉଛି । 

ପରେ ଏହି ଘଟଣାର ଏକ ସବିଶେଷ ରିପୋର୍ଟ ପ୍ରକାଶ ପାଇବ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like