-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2026
(ତ୍ରିନାଥ ବେଶ୍ରା )
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତ ବରଗୁଡା ଗ୍ରାମ ପ୍ରାଥମିକ ସେବାଶ୍ରମ ଠାରେ ବାର୍ଷିକ ଉଚ୍ଛବ ୨୦୨୬ ଅନୁଷ୍ଠିତ ହୋଇ ଯାଇଛି ଲଃ ଏଠାରେ ବରଗୁଡା ପ୍ରାଥମିକ ସେବାଶ୍ରମ ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ଗୋତି ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମରେ ଇଚ୍ଛାପୁର ସି ଆର ସିସି ଭାଗିରଥି ଧଳ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ସୁଶାନ୍ତ କୁମାର ପରିଡା,ସମ୍ମାନିତ ଅତିଥି ଭାବରେ ଲମ୍ବୋଦର ଦୋରା,ଆର ସି ଡି ସି ଓ ଆତ୍ମା ଆୟୋଜକ ଚୈତନ୍ୟ ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ଓ ସମାଜ ସେବି ତ୍ରିନାଥ ବେଶ୍ରା ପ୍ରମୁଖ ମଞ୍ଚାସିନ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରତାପ ଜେନା ବାର୍ଷିକ ବିବରଣୀ ପାଠ କରିବା ସହ ସମସ୍ତ ଦାଇତ୍ୱ ନିଜେ ତୁଲାଇ ଥିଲେ ଏବଂ ସହ ଶିକ୍ଷକ ସୁବୋଦ ତାଣ୍ଡି, ନକୁଳ ମସ୍ରା ପ୍ରତେକ କାର୍ଯ୍ୟକ୍ରମ ସହଯୋଗ କରିଥିଲେ lଗ୍ରାମପଞ୍ଚାୟତ ଅନେକ ଗ୍ରାମ ରୁ ଲୋକମାନେ ତଥା ଅଭିଭାବକ ମାନେ ଯୋଗ ଦାନ କରିଥିଲେ l କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକଗୀତ, ଲୋକନୃତ୍ୟ ଓ ପରମ୍ପରା ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଶେଷରେ ପ୍ରାଥମିକ ସେବାଶ୍ରମ ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ରାୟଗଡା ଆତ୍ମା ସଂଘଠନ ତରଫରୁ ଷ୍ଟଲ କରି ମାଣ୍ଡିଆରେ ପ୍ରସ୍ତୁତ ପିଠା, ବରା, ସିଙ୍ଗିଡା,ପୁଷ୍ଟି କର ଖାଦ୍ୟ ବିଷୟ ରେ ଲୋକ ମାନଙ୍କୁ ସଚେତନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହିତ ଶିକ୍ଷକ ଏମ ମୁରଲୀ କ୍ରିଷନ ପରିଚାଳନା କରିଥିଲେ l