-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
21-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଆଜି ସୋନପୁର ଠାରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓ ଦୌରାଜଜ୍ ଧନୁର୍ଦ୍ଧର ସେନାପତି ଯୋଗ ଦେଇ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଏସପି ନାରାୟଣ ନାୟକ, ଉପ ନିର୍ଦ୍ଦେଶକ ( ଅଭିଯୋଜନ) ବେଣୁଲାଲ ପ୍ରଧାନ, ଅବକାରୀ ଅଧୀକ୍ଷକ ପ୍ରବୀର ସାମଲ, ପବ୍ଲିକ ପ୍ରସିକ୍ୟୁଟର ମଧୁମିତା ଅମାତ୍ୟ ପ୍ରମୁଖ ଯୋଗ ଦେଇଥିଲେ । କୌଣସି ବି ମାମଲାର ତଦନ୍ତ ପ୍ରକ୍ରିୟା, ଚାର୍ଜସିଟ୍ ପ୍ରକ୍ରିୟା ସହ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟାକୁ ତ୍ବରିତ କରିବା ଏବଂ ବିଚାର ପ୍ରକ୍ରିୟାରେ ତ୍ଵରିତ ନ୍ୟାୟ ଦିଗରେ ଏହି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ ବହୁ ମାତ୍ରରେ ସହାୟକ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଉପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟ ରେ ଜିଲ୍ଲାପାଳ ତଥା ପ୍ରଶାସନର ଅଧିକାରୀ ମାନଙ୍କ ନିରନ୍ତର ସହଯୋଗ ଓ ସମର୍ଥନ ଯୋଗୁଁ ଆଜି ଆମେ ଏହି ନିର୍ଦ୍ଦେଶାଳୟର ଉଦଘାଟନ କରିପାରିଛୁ ନଚେତ୍ ଏହା ବର୍ଷ ଶେଷ ପର୍ଯ୍ୟନ୍ତ ଘୁଞ୍ଚି ଯାଇଥାନ୍ତା। ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ଅଧିକାରୀମାନଙ୍କୁ ଧନ୍ୟବାଦ। ଏହା ସୁବର୍ଣ୍ଣପୁର ଜିଲ୍ଲାର ଦ୍ରୁତ, ନିରପେକ୍ଷ ଅଭିଯୋଜନ ଓ ନ୍ୟାୟ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବ ।ଜିଲ୍ଲାପାଳ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ “ମହାମାରୀ ପୂର୍ବରୁ ହିଁ ନ୍ୟାୟପାଳିକାରେ ଅନଲାଇନ୍ ବ୍ୟବସ୍ଥା ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟ ଜାରି ରଖିବା ଆରମ୍ଭ କରିଥିଲା। ଏହାର ସୁବିଧା ଦେଖି ଏହି ଧାରା ଆଜି ବି ଚାଲିଛି; ପ୍ରଯୁକ୍ତି ଏବେ କୋର୍ଟର ବିଚାର-ବିମର୍ଶରେ ଏକ ମୁଖ୍ୟ ଭୂମିକା ନେଉଛି। ସେ କିଛି ଜୀବନ୍ତ ଉଦାହରଣ ଦେଇ କହିଥିଲେ ଯେ ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ ତାଙ୍କ କାର୍ଯ୍ୟକାଳରେ ସରକାରୀ ଅର୍ଥରେ ୩୬ ଜଣ ଏସଟି ଆଇନ ସ୍ନାତକଙ୍କୁ ସୁପ୍ରିମ୍ କୋର୍ଟରେ ଇଣ୍ଟର୍ଣ୍ଣ ଭାବେ କାମ କରିବାକୁ ସୁଯୋଗ ଦିଆଗଲା ଯାହା ପୂର୍ବରୁ ନଥିଲା। ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା ଯେ ନ୍ୟାୟ ପ୍ରକ୍ରିୟାରେ ଜାତି, ସମ୍ପ୍ରଦାୟ ବା ବର୍ଣ୍ଣ ଆଧାରରେ କୌଣସି ଭେଦଭାବ ରହିବ ନାହିଁ। ବିଶେଷ କରି ପବ୍ଲିକ ପ୍ରସିକ୍ୟୁଟରମାନଙ୍କ ଦାୟିତ୍ୱ ଲୋକମାନଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରିବାର ଅଧିକାରକୁ ସୁରକ୍ଷିତ ରଖିବା ଏହା ଆମେ ଧ୍ୟାନରେ ରଖିବା ଆବଶ୍ୟକ। ଏବଂ ମୁଁ ଆମେରିକାର ଜର୍ଜ ଫ୍ଲଏଡଙ୍କ ଘଟଣା ମନେ ପକାଉଛି। ତାଙ୍କୁ ହତ୍ୟା କରାଯିବା ପରେ ସେ କଳା ଲୋକଙ୍କ ସାମାଜିକ କାରଣ ପାଇଁ ସ୍ୱର ଉଠାଇଥିଲେ ଆନ୍ଦୋଳନ ତୀବ୍ର ହେଲା। ସେହି ସମୟରେ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ (ନଅ ଜଣ ବିଚାରପତିଙ୍କୁ ନେଇ ଗଠିତ) ଦେଶର ଆଇନ ସମୁଦାୟକୁ ସ୍ପଷ୍ଟ ଭାବେ ଜଣାଇଲେ ଯେ ନ୍ୟାୟ ପ୍ରଦାନରେ କଳା-ଧଳା ଭିତ୍ତିରେ କୌଣସି ଜାତିଗତ ଭେଦଭାବ ରହିବ ନାହିଁ। ଏହା ଆମ ସମସ୍ତଙ୍କ ପାଇଁ ଏକ ନିକଟ ଅତୀତର ସ୍ମାରକ।
ତେବେ ମୋର ଆଇନଜୀବୀ ବନ୍ଧୁମାନେ ଆମ ପ୍ରସିକ୍ୟୁଟର ବନ୍ଧୁମାନଙ୍କ ପାଇଁ ଏବେ ଏକ ମଞ୍ଚ, ଏକ ପ୍ଲାଟଫର୍ମ ଅଛି, ଯେଉଁଠି ସେମାନେ ପରସ୍ପର ସହ ଆଲୋଚନା ଓ ବିଚାର ବିନିମୟ କରିପାରିବେ।
ଏହି ଭବନ ପ୍ରତି ମୋର ବ୍ୟକ୍ତିଗତ ଆଗ୍ରହ ଥିଲା । ମୁଁ ‘Master of Law’ ନୁହେଁ, କିନ୍ତୁ କେତେବେଳେ ମୋତେ ଲାଗେ ମୁଁ ଜଣେ ‘law master’ ମୁଁ ଆଇନକୁ ଭଲ ପାଏ। ମୋତେ ଏହି ସୁଯୋଗ ଦେଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ମୁଁ ମୋର କୃତଜ୍ଞତା ଓ ଆଭାର ଜଣାଉଛି। ଶେଷରେ ଢେଙ୍କାନାଳ ଜିଲ୍ଲା ଉପ ନିର୍ଦ୍ଦେଶକ (ଅଭିଯୋଜନ) ଗଣେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଓକିଲ ଏବଂ ଜିଲ୍ଲା ଓକିଲ ସଂଘର ସଦସ୍ୟ ଏବଂ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ ।