-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ଢେଙ୍କାନାଳ(ପ୍ରେରଣା ଖବର ବ୍ୟୁରୋ): ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଚୂନ ରଗଡି ଗ୍ରାମରେ । ମୃତ ମହିଳା ହେଲେ ଚୂନରଗଡି ଗ୍ରାମର ରିଙ୍କି ମହାଭୋଇ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ନିଆଁର ସଠିକ୍ କାରଣ କଣ ଜଣାପଡିନାହିଁ । ତେବେ ଏହି ଘଟଣାରେ ସନ୍ଦେହ କରି ମୃତ ମହିଳାର ସ୍ବାମୀକୁ କଙ୍କଡାହାଡ଼ ଥାନାରେ ଅଟକ ରଖିଛି ପୋଲିସ । ପୋଲିସ ପଚରାଉଚୁରା ଜାରି ରଖିଛି ।
ବର୍ତମାନ ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇ ମହିଳା ଜୀବନ୍ତ ଦଗ୍ଧ ହେଲେ ତାହା ମଧ୍ୟ ସ୍ପଷ୍ଟ ଜଣାପଡ଼ିନାହିଁ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।