-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ମନୋରଞ୍ଜନ

ରୋହିତଙ୍କ ବିରୋଧରେ ମନ୍ତବ୍ୟ ଦେଇ ଫସିଲେ କଙ୍ଗନା; ଆକାଉଣ୍ଟ ଡିଲିଟ୍ କରିବାକୁ ଚେତାବନୀ ଦେଲା ଟ୍ୱିଟର୍

05-Feb-2021



ମୁମ୍ବାଇ(ପ୍ରେରଣା ଖବର ବ୍ୟୁରୋ) : ଟିମ୍‌ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଦାଦ ଘେରକୁ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ। ଏଥିପାଇଁ ସୋସିଆଲ୍‌ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍‌କୁ ଡିଲିଟ୍ କରିଛି ଟ୍ୱିଟର। ତା ସହିତ ତାଙ୍କ ଆକାଉଣ୍ଟ ବ୍ୟାନ୍ କରିବାକୁ ମଧ୍ୟ ଟ୍ୱିଟର ଚେତାବାନୀ ଦେଇଛି। ଏନେଇ ସୂଚନା ଦେଇଛନ୍ତି ନିଜେ କଙ୍ଗନା ରାଣାୱତ।

ଗୁରବାର ରାତିରେ ଏନେଇ ଟ୍ୱିଟ୍‌ କରି କଙ୍ଗନା କହିଛନ୍ତି “ ଯଦିଓ ମୁଁ କୌଣସି ନିୟମ ଭଙ୍ଗ କରିନାହିଁ, ତଥାପି ଚାଇନା ହାତରେ କଣ୍ଡେଇ ସାଜିଥିବା ଟ୍ୱିଟର ମୋ ଆକାଉଣ୍ଟ ବ୍ୟାନ୍ କରିବାକୁ ଧମକ ଦେଇଛି। ମନେ ରଖ ଯେଉଁଦିନ ମୁଁ ଯିବି ତୁମମାନଙ୍କୁ ସାଙ୍ଗରେ ନେଇ ଯିବି। ଯେମିତି ଚାଇନିଜ୍ ଟିକ୍‌ଟକ୍‌ ବ୍ୟନ୍‌ ହେଲା ଟ୍ୱିଟର ବି ସେମିତି ବ୍ୟାନ୍‌ ହେବ। @Jack #conspiracyAgainstIndia ।”

ସୂଚନା ଅନୁସାରେ, ଗୁରୁବାର ରାତିରେ କଙ୍ଗନାଙ୍କ ବିବାଦୀୟ ଟ୍ୱିଟ୍ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଟ୍ୱିଟର। ନିୟମ ଉଲ୍ଲଂଘନ ଦର୍ଶାଇ କଙ୍ଗନାଙ୍କର କିଛି ଟ୍ୱିଟ୍‌କୁ ଡିଲିଟ୍‌ କରିଦେଇଥିଲା କମ୍ପାନୀ।

ପୂରା ଘଟଣା ଥିଲା ଏମିତି…

ସାରା ଦେଶରେ ଚାଷୀ ଆନ୍ଦୋଳନ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବାରୁ ଏ ସମ୍ପର୍କରେ ଭାରତୀୟ କ୍ରିକେଟରମାନେ ମଧ୍ୟ ମତ ରଖି ଟ୍ୱିଟ୍ କରିଥିଲେ। ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ମଧ୍ୟ ଏନେଇ ଟ୍ୱିଟ୍ କରିଥିଲେ। ଆଉ ରୋହିତଙ୍କୁ ରିପ୍ଲାଏ ଦେଇ ବିବାଦୀୟ ଟ୍ୱିଟ୍ କରିଥିଲେ କଙ୍ଗନା।

ରୋହିତ ଟ୍ୱିଟ୍ କରି ଲେଖିଥିଲେ “ଯେତେବେଳେ ଆମେ ସମସ୍ତେ ଏକଜୁଟ୍ ହୋଇ ସମୟ ଅନୁସାରେ ସମାଧାନ ଖୋଜିଛୁ, ସେତେବେଳେ ଭାରତ ଅଧିକ ମଝଭୁତ ହୋଇ ଛିଡ଼ା ହୋଇଛି। ଆମ ଦେଶର ମଙ୍ଗଳ ପାଇଁ କୃଷକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ତେଣୁ ମୁଁ ନିଶ୍ଚିତ ଯେ ସମସ୍ତେ ସେମାନଙ୍କର ନିୟମ ପାଳନ କରିବେ ଏବଂ ସମସ୍ତେ ମିଳିମିଶି ସମାଧାନ ବାହାର କରିବେ। #IndiaTogether ।”

ରୋହିତଙ୍କ ଏହି ଟ୍ୱିଟ୍‌ରେ ଉତ୍ତର ଦେଇ କଙ୍ଗନା ଲେଖିଥିଲେ “ ସବୁ କ୍ରିକେଟର କାହିଁକି ଧୋବାର କୁକୁର ନା ଘରର ନା ଘାଟର ଭଳି ହେଉଛ। କାହିଁକ କୃଷକମାନେ ଆଇନ ବିରୋଧରେ ଯାଉଛନ୍ତି, ଯଦିବା ଏହି ଆଇନ୍‌ ତାଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଯେଉଁମାନେ ହିଂସାର କାରଣ ହୋଇଛନ୍ତି ସେମାନଙ୍କୁ ଆତଙ୍କବାଦୀ ବୋଲି କହୁନ ! ଏତେ ଡର କାହିଁକି ?। ” କଙ୍ଗନାଙ୍କ ଏହି ଟ୍ୱିଟ୍‌ ପରେ ଅନେକ ଟୁଇଟରାଟୀ(ଟ୍ୱିଟର ବ୍ୟବହାରକାରୀ) ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଅନେକ ଗର୍ଜନତର୍ଜନ ଦେଖିବାକୁ ମିଳିଥିଲା। ଫଳରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍‌କୁ ଡିଲିଟ୍ କରିଦେଇଛି ଟ୍ୱିଟର୍। ତେବେ ଟ୍ୱିଟର ନିୟମ ଉଲ୍ଲଂଘନ କରିଥିବା ଟ୍ୱିଟ୍‌ଗୁଡ଼ିକୁ ଆମେ ଡିଲିଟ୍‌ କରିଛୁ ବୋଲି କହିଛନ୍ତ ଭାରତର ଟ୍ୱିଟର ପ୍ରବକ୍ତା।।

କଙ୍ଗନା ବିରୋଧର ଟ୍ୱିଟ୍‌ରର ଏପରି କାର୍ଯ୍ୟାନୁଷ୍ଠାନ ପ୍ରଥମଥର ନୁହେଁ। ଏହାପୂର୍ବରୁ ଜାନୁଆରୀ ମାସରେ କିଛି ଘଣ୍ଟା ପାଇଁ କଙ୍ଗନାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଥିଲା ଟ୍ୱିଟର। ୱେବ୍‌ ସିରିଜ୍ ତାଣ୍ଡବ ଉପରେ ବିବାଦୀୟ ବୟାନ ଦେବା ପରେ କଙ୍ଗାନାଙ୍କ ଟ୍ୱିଟ୍ ଡିଲିଟ୍ କରିଥିଲା କମ୍ପାନୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like

  ମନୋରଞ୍ଜନ  

Jj

               
  ମନୋରଞ୍ଜନ  

Nnm