-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) : ଟ୍ରିପଲ ରାଇଡିଂ ପଡିଲା ମହଙ୍ଗା । ସମ୍ବଲପୁରରେ ନାବାଳକଙ୍କୁ ୨୯ ହଜାର ଫାଇନ୍ । ଗୋଟିଏ ବାଇକରେ ତିନି ଜଣ ନାବାଳକ ବସି ଯାଉଥିବାବେଳେ ପରିବହନ ବିଭାଗ ହାବୁଡରେ ପଡିଥିଲେ ନାବାଳକ । ପରମାଣପୁର ଛକରେ ଚେକିଂ ସମୟରେ ଧରାପଡିଛନ୍ତି ନାବାଳକ । ଦୁଇ ଜଣରୁ ଅଧିକା ବସିଥିବାରୁ ୧ ହଜାର, ନାବାଳକ ଗାଡି ଚାଳନା ପାଇଁ ୨୫ ହଜାର, ହେଲମେଟ ପିନ୍ଧିନଥିବାରୁ ୧ ହଜାର, ଇନସ୍ୟୁରାନ୍ସ ନଥିବାରୁ ୨ ହଜାର ଫାଇନ୍ ଗଣିଛନ୍ତି ନାବାଳକ ।