-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା

20-Mar-2026



ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗୀର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଲପିଜି ଗ୍ୟାସର ଅଭାବ ଦେଖା ଦେଇଛି। ଘରୋଇ ଉପଭୋକ୍ତାଙ୍କ ସହିତ ହୋଟେଲ ବ୍ୟବସାୟୀମାନେ ବହୁତ ଗ୍ୟାସ ନପାଇ ହଇରାଣ ହରକତ ହେଉଛନ୍ତି । ସେଥିପାଇଁ ଘରୋଇ ଏଲପିଜି ସିଲିଣ୍ଡର ପିଚ୍ଛା କଳାବଜାରରେ ୨୨୦୦ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ବିଭିନ୍ନ ହୋଟେଲ ତଥା ଘରମାନଙ୍କରେ କାଠଚୁଲା ମଧ୍ୟ ବ୍ୟବହାର ହେଉଥିଲା। କିନ୍ତୁ ଏବେ ଗ୍ୟାସଚୁଲା ଉପରେ ସମସ୍ତେ ସଂପୁର୍ଣ୍ଣ ନିର୍ଭରଶୀଳ। ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଚାଲିଥିବା କାରଣରୁ ଗ୍ୟାସ ଠିକରେ ଆସିପାରୁନଥିବା କୁହା ଯାଉଛି। ସରକାର ଦେଶର ଚାହିଦାକୁ ଦେଖି ଗ୍ୟାସ ମହଜୁଦ ଥିବା ଘୋଷଣା କରି କେହି ଭୟଭୀତ ନହେବାକୁ ପରାମର୍ଶ ଜାରି କରୁଛନ୍ତି। କିନ୍ତୁ ଏପଟେ ଫିଲ୍ଡରେ କିନ୍ତୁ ସ୍ଥିତି ସଂଗୀନ ହେବାକୁ ବସିଲାଣି। ଗ୍ୟାସ ଅଭାବରୁ ଅନେକ ହୋଟେଲ ବନ୍ଦ ପଡିଥିବା ବେଳେ ଛାତ୍ରାବାସ,ଭୀମଭୋଇ ମେଡିକାଲ କଲେଜରର କ୍ୟାଣ୍ଟିନ ଇତ୍ୟାଦି ବନ୍ଦ ହେଲାଣି। ଯୋଗାଣ ବିଭାଗ ଗ୍ୟାସ ବଣ୍ଟନକୁ ମନିଟରିଂ କରୁଥିବା କହୁଥିବା ତଥା ବିପିସିଏଲ କମ୍ପାନୀର ଅଧିକାରୀ ଜିଲ୍ଲାରେ ଗ୍ୟାସର ଅଭାବ ନାହିଁ ବୋଲି କହୁଥିବା ବେଳେ ପ୍ରକୃତରେ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମିଳୁନାହିଁ। ଏପରିକି ଅନଲାଇନରେ ଗ୍ୟାସ ବୁକିଂ ମଧ୍ୟ ବନ୍ଦ କରିଦିଆଗଲାଣି। ଗୁରୁବାର ଦିନ ଯୋଗାଣ ବିଭାଗ ଅଧିକାରୀ ମାନେ ବ୍ଲୁଲାଗୁନ ହୋଟେଲ ଓ କ୍ଲାସିକ ହୋଟେଲରେ ଚଢାଉ କରି କିଛି ଡୋମେଷ୍ଟିକ ଗ୍ୟାସ ସିଲିଣ୍ଡର ଜବତ କରିଥିଲେ। ଜିଲ୍ଲାପ୍ରଶାସନ ଏହାର ସୂଚନା ଗଣମାଧ୍ୟମକୁ ଦେଲେ। ତେବେ କେଉଁ ଗ୍ୟାସ ଡିପୋରୁ ତାହା ଅଣାଯାଇଛି ଓ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସେ ବିଷୟରେ କିଛି ସୂଚନା ମିଳୁ ନାହିଁ । ଖବର ନେବାରୁ ଜଣାପଡିଛି ଯେ,ବଲାଙ୍ଗୀର ଜିଲ୍ଲାକୁ ଆଇଓସିଏଲ,ବିପିସିଏଲ ଓ ଏଚପିସିଏଲ କମ୍ପାନୀ ପକ୍ଷରୁ ଗ୍ୟାସ ଯୋଗାଇ ଦିଆଯାଇଥାଏ। ଯୋଗାଣ ବିଭାଗ ସୂତ୍ରରୁ ଗତ ୧୮ତାରିଖ ସୁଦ୍ଧା ଜିଲ୍ଲାରେ ୧୪.୨ କିଲୋର ଆଇଓସିଏଲ କମ୍ପାନୀର ୨୩୫୨ଟି,୫ ଲିଟରର ୨୭୪ଟି ଓ ୧୯ କିଲୋର ୪୫୬ ଟି କମର୍ସିଆଲ ସିଲିଣ୍ଡର ମହଜୁଦ ରହିଥିଲା। ସେହିପରି ବିପିସିଏଲ କମ୍ପାନୀର ୧୪.୨ କିଲୋର ୨୩୩୮ଟି, ୫କିଲୋର ୧୦ଟି  ଘରୋଇ ଗ୍ୟାସ ସିଲିଣ୍ଡର ଓ ୧୯ କିଲୋ ଓଜନର ୧୦୧ଟି କମର୍ସିଆଲ ସିଲିଣ୍ଡର ଷ୍ଟକ ରହିଥିଲା। ଠିକ ସେହିପରି ଏସପିସିଏଲ କମ୍ପାନୀର ୧୪.୨ କିଲୋର ୨୩୩୫ଟି, ୫କିଲୋ ର ୬୭ଟି ଡୋମେଷ୍ଟିକ ସିଲିଣ୍ଡର ଷ୍ଟକଥିବା ଜଣାପଡିଥିଲା । ଆଜି ଶୁକ୍ରବାର ଦିନ କିଛି କମ୍ପାନୀର ପୁଣି ଷ୍ଟକ ଆସିଛି । କିନ୍ତୁ ତଥାପି ଲୋକଙ୍କୁ ଗ୍ୟାସ ମିଳୁନାହିଁ। କମର୍ସିଆଲ ଗ୍ୟାସ ସିଲିଣ୍ଡର ମିଳୁନଥିବା ଅଭିଯୋଗ ନେଇ ହୋଟେଲ ବ୍ୟବସାୟୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଗ୍ୟାସ ସିଲିଣ୍ଡର ନମିଳିଲେ ବ୍ୟବସାୟ ଠପ ହୋଇଯିବ  ବୋଲି କହିଥିଲେ । ପ୍ରଶାସନିକ ଅଧିକାରୀମାନେ ବୈଠକକରି ଆଲୋଚନା କଲେ । କୌଣସି ପ୍ରକାରେ ଷ୍ଟକଥିବା ସିଲିଣ୍ଡରକୁ ଭାଗବଣ୍ଟା କରି ଦେବାକୁ ଆଲୋଚନା ହେଲା। କିନ୍ତୁ ତଥାପି ସମସ୍ୟାର ସମାଧାନ ହେଉନାହିଁ। ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଥିବା କ୍ୟାଣ୍ଟିନକୁ ଗ୍ୟାସ ଯୋଗାଇବାକୁ ହସପିଟାଲ ସୁପରିନଟେଣ୍ଡେଣ୍ଟ ଜିଲ୍ଲାପ୍ରଶସନକୁ ଲିଖିତ ଅନୁରୋଧ ଜଣାଇଥିଲେ। ଯୋଗାଣବିଭାଗ ସୁଦପଡାର ଜଣେ ଡିଲରକୁ ନିର୍ଦ୍ଦେଶ କଲେ । କିନ୍ତୁ ତାହା ମଧ୍ୟ ମିଳିଳା ନାହିଁ । ଫଳରେ ଗତ ଦୁଇଦିନ ଧରି ହସପିଟାଲ କ୍ୟାଣ୍ଟିନ ବନ୍ଦପଡିଛି । ଜିଲ୍ଲା ପ୍ରଶାସନ ଗ୍ୟାସ ସିଲିଣ୍ଡର ଯୋଗାଇବାରେ ବିଫଳ ହେବା କାରଣରୁ ବହୁସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ଉଠିଛି । ସେପଟେ ବିପିସିଏଲ କମ୍ପାନୀର ଅଧିକାରୀ ବିକାଶ ମିଶ୍ରଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଜିଲ୍ଲାରେ ଗ୍ୟାସର ଅଭାବ ନାହିଁ । ଯଦି ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେବୁ ବୋଲି କହିଛନ୍ତି। ଠିକ ସେହିପରି ଜିଲ୍ଲା ମୁଖ୍ୟାଳୟରେ ଥିବା ସହକାରୀ ଯୋଗାଣ ଅଧିକାରୀ ପିତବାସ ମଲ୍ଲିକଙ୍କୁ ପଚାରିବାରୁ ଯେଉଁଠି ଗ୍ୟାସର ଆବଶ୍ୟକତା ରହୁଛି ତାଙ୍କୁ ଗ୍ୟାସ ଯୋଗାଇବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି। ଗ୍ୟାସ ସମସ୍ୟାର ସମାଧାନ କରିବାକୁ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜନସାଧାରଣରେ ହେଉଛି ।
ଗ୍ୟାସ କନେକ୍ସ୍ ନଥାଇ ଅଧିକାରୀମାନଙ୍କ ଘରେ ଡବଲସିଲିଣ୍ଡର ଏବେ ସାଧାରଣଜନତା ଗ୍ୟାସ ପାଇଁ ହାହାକାର ହେଉଥିବା ବେଳେ ସେପଟେ ଗ୍ୟାସ କନେକ୍ସନ ନଥାଇ ଅନେକ ଅଧିକାରୀଙ୍କ ଘରେ ଡବଲ ସିଲିଣ୍ଡର ମହଜୁଦଥିବା ଜଣାପଡିଛି । ବର୍ଷ ବର୍ଷ ଧିି ଅଧିକାରୀମାନେ ଗ୍ୟାସ କନେକ୍ସନ ନେଉନାହାଁନ୍ତି ଅଥଚ ତାଙ୍କ ଘରକୁ ଗ୍ୟାସ ସିଲିଣ୍ଡର ପହଞ୍ଚିଯାଉଛି। କେତେକ ଗ୍ୟାସ ଡିଲର କଳାବଜାର କରୁଥିବାରୁ ସେମାନେ ଅଧିକାରୀମାନଙ୍କୁ ଖୁସି କରିବାକୁ ଏଭଳି କାରନାମା କରୁଥିବା ଅଭିଯୋଗ ହେଉଛି। ଖୋଦ ଯୋଗାଣ ବିଭାଗର କିଛି ଅଧିକାରୀ ଓ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଘରେ ଗ୍ୟାସ କନେକ୍ସନ ନଥିବା ଅଭିଯୋଗ ହେଉଛି । ଏହାର ମଧ୍ୟ ଯାଞ୍ଚ କରାଯିବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026

You Might Also Like