-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
ଭୁବନେଶ୍ବର,11/10-କାଲିଠୁ ଓଜେଇଇ। କୋରୋନା କଟକଣା ଭିତରେ ଜେଇଇ ମେନ୍ ଢାଂଚାରେ ସଂମ୍ପୂର୍ଣ ଅନଲାଇନ୍ ରେ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଓଜେଇଇ ପରୀକ୍ଷା। ୧୨ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ, ଦିନକୁ ମୋଟ ତିନୋଟି ସିଫ୍ଟରେ ପରୀକ୍ଷା ହେବା ସହ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ହେତୁ ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଂଜିକରଣ କରିଛନ୍ତି । ରାଜ୍ୟରେ ୨୧ଟି ସହରରେ ମୋଟ ୫୪ ଟି ଓ ରାଜ୍ୟ ବାହାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାସହ କୋଭିଡ ୧୯ରେ ପରୀକ୍ଷା ହେତୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି। ପ୍ରତି ସିଫ୍ଟ ପରେ ବିଶୋଧନ କରାଯିବ। ପରୀକ୍ଷାର୍ଥୀ ମାନଙ୍କୁ ମାସ୍କ, ନିଜସ୍ବ ସାନିଟାଇଜର ଓ ପାଣି ବୋତଲ ଆଣିବାକୁ କୁହାଯାଇଛି। ଏନେଇ ଓଜେଇଇ ସେଲ୍ ଅଧ୍ୟକ୍ଷ ସୁଦିପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।