-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
12-Mar-2026
ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଏବଂ ଓଡିଶା ସାହିତ୍ୟିକ ସଂଗଠନ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରାମମନ୍ଦିର ପାଖ ୟୂନିଟ -୯ ବୁଦ୍ଧ ମନ୍ଦିର ଅଡ଼ିଟୋରିୟମ ହଲରେ ଦଶମ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ସ୍ତମ୍ଭକାର ଡା. ନବକିଶୋର ଶତପଥିଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟାପିକା ଡଃ ପ୍ରତିଭା ମହାରଥୀ ଓ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ନିରଞ୍ଜନ ପାଢ଼ୀ, ସମ୍ମାନୀୟ ଅତିଥି ଭାବରେ ବିଶିଷ୍ଟ ଗୀତିକବି କୁଳମଣି ବାରିକ ଓ ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀ ଓ ଶିକ୍ଷାବିତ ସନ୍ତୋଷ ନାୟକ ଇତ୍ୟାଦି ଅନେକ ପ୍ରତିଭାଧାରୀ ବ୍ୟକ୍ତିମାନେ ଯୋଗ ଦେଇଥିଲେ l ଏହି ଅବସରରେ ଡଃ ତାନଶ୍ରୀ ପାଣିଗ୍ରାହୀଙ୍କର ସାହିତ୍ୟ ସାଧନା ତଥା ବିଶେଷ କରି ତାଙ୍କର ଗୀତି କବିତା ରଚନାକୁ ଉତ୍ସାହିତ କରି ତାଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ସମ୍ମାନ -୨୦୨୬ ପ୍ରଦାନ କରାଯାଇଛି l ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ତାଙ୍କର ସୁନ୍ଦର ମଞ୍ଚପରିଚାଳନା ସମସ୍ତଙ୍କୁ ମୁଗ୍ଧ କରିଥିଲା l ଏହି ସମ୍ମାନ ପାଇଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l