-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ସ୍ଥିତ ସାଗରତଳ ମେହେର ଗୋଠ କମ୍ୟୁନିଟି ସେଣ୍ଟର ର ଶୁଭ ଉଦଘାଟନ ମୁଖ୍ୟ ଅତିଥି ତଥା ବଲାଙ୍ଗୀର ସାଂସଦ ମାନନୀୟା ସଙ୍ଗୀତା କୁମାରୀ ସିଂଦେଓ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସନନ୍ଦ କୁମାର ମେହେର ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବିଧାୟକ ପାଣ୍ଠି ରୁ ନିର୍ମିତ କମ୍ୟୁନିଟି ସେଣ୍ଟର ଉଦଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ତରଭା ବି.ଡି.ଓ ଶିବାନନ୍ଦ କର୍ମୀ, ଏ.ଇ.ଇ ସୁଭନାଥ ମାଝୀ, ଯୁବନେତା ରମେଶ ପୂଜାରୀ, ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଗଣନାଥ ସାହୁ, ବିଜେପି ମଣ୍ଡଳ ସଭାପତି ଭୁବନାନନ୍ଦ ବାଦୀ, ମେଣ୍ଢା ସରପଞ୍ଚ ସଭ୍ୟ, ରାଣିସର୍ଡା ସରପଞ୍ଚ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବି, ମହିଳା ତଥା ଯୁବକ ମାନେ ସାମିଲ ଥିଲେ। ବର୍ତ୍ତମାନ ସୋନପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ସମୀକରଣ ବଦଳି ଥିବା ବେଳେ ସ୍ଥାନୀୟ ବିଧାୟକ ଶ୍ରୀ ପୁଜାରୀ ଙ୍କ ଖାସ ସମର୍ଥକ ମାନେ ବିଜେପି ସାଂସଦ ଙ୍କ ପ୍ରତିନିଧି ତଥା ଯୁବନେତା ସାନନ୍ଦ ମେହେରଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିବା ବେଳେ ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ଦେଖିବାକୁ ମିଳୁଛି।