-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

କେତେ ବିଦ୍ୟାଧର ମଲେ ସରକାରଙ୍କ ହୃଦୟ ତରଳିବ ?

03-Mar-2026



ଚାଷ ଓ ଚାଷୀର ସ୍ୱାର୍ଥ ସୁରକ୍ଷାରେ ସରକାର ସଂପୂର୍ଣ୍ଣ ବିଫଳ

ଭୁବନେଶ୍ୱର(ପ୍ରେରଣା ଖବର):ଚାଷୀର ଆୟ ଦିଗୁଣ କରିବା ଓ ଚାଷକୁ ଲାଭଜନକ ଚାଷରେ ପରିଣତ କରାଇବାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ସରକାରଙ୍କ ଗତ ୨୦ ମାସ ସମୟ ଭିତରେ ଚାଷୀର ଆୟ ନିମ୍ନଗାମୀ ହେଉଥିଲା ବେଳେ ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଓ ହୀନସ୍ଥା ହେଉଅଛି । ମଣ୍ଡିର ଅବ୍ୟବସ୍ଥା ଏବଂ ଧାନ କିଣିବାରେ ସରକାର ଚାଷୀଙ୍କୁ ରାସ୍ତା ଉପରେ ବସାଇଚାଲିଛନ୍ତି । ଠିକ୍ ଏହି ସମୟରେ ଏକ ହୃଦୟବିଦାରକ ଦୃଶ୍ୟ ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚଣା ନିର୍ବାଚନ ମଣ୍ଡଳୀ ଓ ବଡଚଣା ବ୍ଲକର ବରପଦା ପଞ୍ଚାୟତର ନିଆଳି ଗ୍ରାମରେ ଘଟିଛି । ଗତ ତା.୧୮.୨.୨୦୨୬ ରିଖରେ ନିଆଳି ଗ୍ରାମର ବାଦାମ ଓ ପୋଟଳ ଚାଷୀ ବିଦ୍ୟାଧର ମଲ୍ଲିକ କ୍ଷେତରେ ଟଳିପଡ଼ି ମୃତ୍ୟୁବରଣ କରିଛି । ବିଦ୍ୟାଧରର ନିଜର ଜମି ନଥିଲେ ମଧ୍ୟ ଅନ୍ୟଚାଷୀ ମାନଙ୍କ ପାଖରୁ ଜମି ଭାଗରେ ଆଣି ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିଲା । ଚଳିତବର୍ଷର୍ ପୋକ ଆକ୍ରମଣ କାରଣରୁ ଚାଷ କ୍ଷତିଗ୍ରସ୍ତ ହେଲା । ହଠାତ ଚାଷ ଉଜୁଡ଼ିଯିବା ଚିନ୍ତାରେ ଓ ଋଣ ସୁଜିବା ଚିନ୍ତାରେ ଚାପଗ୍ରସ୍ତ ହୋଇ ବିଦ୍ୟାଧର ମଲ୍ଲିକ ହୃଦଘାତରେ ମୃତ୍ୟୁବରଣ କଲା । ବିଦ୍ୟାଧରର ପରିବାର ଅସହାୟ ଅବସ୍ଥାରେ ଅଛନ୍ତି । ସରକାର ଏବଂ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ତା ପରିବାର ପାଖରେ ପହଞ୍ôଚ ନାହାନ୍ତି, ତାକୁ ସାହାଯ୍ୟ କରିବାର ପ୍ରଶ୍ନ ଉଠୁଛି କେଉଁଠି । 

ଖବର ମିଳିବା ପରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଯଥା ଶିବାନନ୍ଦ ରାୟ, ଅଧ୍ୟକ୍ଷ, ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷ, ସେବାଦଳ, ଅଭୟ ସାହୁ ଅଧ୍ୟକ୍ଷ କିଷାନ କଂଗ୍ରେସ, ମାଗୁଣି ଜେନା ସଭାପତି ଯାଜପୁର ଜିଲ୍ଲା କଂଗ୍ରେସ କମଟି, ଜିଲ୍ଳାର ଅନ୍ୟତମ କଂଗ୍ରେସ ନେତା ଅଧିର ଜେନାଙ୍କୁ ଘଟଣାର ଅନୁସନ୍ଧାନ କରି ରିପୋର୍ଟ କରିବାପାଇଁ ପଠାଇଥିଲେ । ଗତ ଫେବୃଆରୀ ୨୮ ତାରିଖ ଦିନ ଉକ୍ତ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ନିଆଳି ଗ୍ରାମରେ ଅସହାୟ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ବିବରଣୀ ସଂଗ୍ରହ କରିବା ସହିତ ଯୁଦ୍ଧାକାଳୀନ ଭିତ୍ତିରେ ସଂପୃକ୍ତ ଅଞ୍ଚଳର ବାଦାମ ଚାଷୀ ଓ ପୋଟଳ ଚାଷୀଙ୍କର ସୁରକ୍ଷା ନିମନ୍ତେ ପ୍ରତିଶେଦ ମୂଳକ ବ୍ୟବସ୍ଥା କରିବାପାଇଁ ଜିଲ୍ଳା ପ୍ରଶାସନ ନିକଟରେ ଦାବି କରିଥିଲେ । ସେହିଦିନ ଅପରାହ୍ନରେ ଜିଲ୍ଲା ପ୍ରଶାସନକୁ ଭେଟି ବିଦ୍ୟାଧରର ଅସହାୟ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ସହିତ ସେ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଦାବି କରିଥିଲେ ଏବଂ ବାଦାମ ଏବଂ ପୋଟଳଚାଷୀଙ୍କୁ ଫସଲବୀମା ଅର୍ନ୍ତଭୁକ୍ତ କରିବାପାଇଁ ଦାବି କରିଥିଲେ । ଭବିଷ୍ୟତରେ ଫସଲହାନୀ ଓ ବିପର୍ଯୟ ପାଇଁ ଆଗୁଆ ପ୍ରତିଶେଦ ମୂଳକ ବ୍ୟବସ୍ଥା ଗ୍ରହଣ କରିବାପାଇଁ ଜିଲ୍ଳା ପ୍ରଶାସନ ନିକଟରେ ଦାବି କରିଥିଲେ । 

ଠିକ ଦୁଇମାସ ତଳେ ଜିଲ୍ଳା କଂଗ୍ରେସ କମଟି ଓ ଜିଲ୍ଲା କିଷାନ କଂଗ୍ରେସ ବାଦାମ ଏବଂ ପୋଟଳ ଚାଷକୁ ପୋକ ଦାଉରୁ ରକ୍ଷା କରିବାପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦାବି ପ୍ରତି ଭୃକ୍ଷେପ କରିନଥିଲେ । ଯଦି ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିଲେ ଆଜି ବିଦ୍ୟାଧର ମୃତ୍ୟୁ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିନଥାନ୍ତା । ଆସନ୍ତା ଦିବରେ ବଡ଼ଚଣା ବ୍ଲକ ଘେରାଉ ହେବ । ଚାଷୀର କ୍ଷତି ପୂରଣ ନହେଲେ ଜିଲ୍ଲାପାଳ ଅଫିସରେ ଏକ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ସଂଗଠିତ କରିବାକୁ ଜିଲ୍ଳା କିଷାନ କଂଗ୍ରେସ ଓ ଜିଲ୍ଳା କଂଗ୍ରେସ କମିଟି ବାଧ୍ୟ ହେବ । ସରକାର ବେଳହୁଁ ସାବଧାନ ହୁଅନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ଦେଓ, ଚିନ୍ମୟ ପ୍ରସାଦ ପ୍ରଧାନ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like