-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ପ୍ରିୟ ଶିକ୍ଷକଙ୍କ ସେବା ନିବୃତ୍ତି,ଅଶ୍ରୁଳ ନୟନରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

03-Mar-2026



ବରଗଡ(ଆକାଶ ମିଶ୍ର): ଜଣେ ଶିକ୍ଷକ ଗଢ଼ନ୍ତି ଶହ ଶହ ଭବିଷ୍ୟତ, କିନ୍ତୁ ଜଣେ ପ୍ରତିଷ୍ଠାତା ଶିକ୍ଷକ ଗଢ଼ନ୍ତି ଏକ ଅନୁଷ୍ଠାନ। ସ୍ଥାନୀୟ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର  ଶିକ୍ଷକ ଶ୍ରୀଯୁକ୍ତ ବାଳମୁକୁନ୍ଦ ସାହୁଙ୍କ ସେବା ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ଅଭୂତପୂର୍ବ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସେବା ଓ ନିଷ୍ଠା ପରେ ତାଙ୍କର ଅବସର ଗ୍ରହଣ ସମୟରେ ସମଗ୍ର ଅଞ୍ଚଳରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭକ୍ତ ମଲ୍ଲିକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ସାହୁଙ୍କ ଶିକ୍ଷାଦାନ ଶୈଳୀ ଏବଂ ବିଦ୍ୟାଳୟ ପ୍ରତି ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ବିଦ୍ୟାଳୟର ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ମେହେର, ସଭାପତି କୁଶ ସାହୁ,ଓଷ୍ଟା ରାଜ୍ୟ ସହ ସମ୍ପାଦକ ଆଶୁତୋଷ ରଥ, ଓଷ୍ଟା ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବି ପ୍ରଧାନ , ରବୀନ୍ଦ୍ର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପ୍ରତିଷ୍ଠା ସମୟର ସଂଘର୍ଷ ଏବଂ ଶ୍ରୀଯୁକ୍ତ ସାହୁଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବରାଜ ବେହେରା ସଭା ପରିଚାଳନା କରିଥିଲେ ।
ବିଦ୍ୟାଳୟର ପ୍ରତିଷ୍ଠା କାଳରୁ ସେ ଯେଉଁ ସଂଘର୍ଷ ଓ ତ୍ୟାଗ କରିଛନ୍ତି, ତାହାକୁ ମନେ ପକାଇ ଉପସ୍ଥିତ ଅତିଥି ଓ ଶିକ୍ଷକବୃନ୍ଦ ଭାବବିହ୍ୱଳ ହୋଇପଡ଼ିଥିଲେ। ବିଦ୍ୟାଳୟ ର ପ୍ରଥମ ବର୍ଷର ଛାତ୍ର ତଥା ଆଲୁମିନା କମିଟିର ସମ୍ପାଦକ ଗୋବିନ୍ଦ ମେହେର ଭାବ ବିହ୍ୱଳ ହୋଇ କହିଥିଲେ"ବାଳମୁକୁନ୍ଦ ସାର୍ କେବଳ ଏହି ସ୍କୁଲର ପ୍ରଧାନ ଶିକ୍ଷକ ନଥିଲେ, ସେ ଥିଲେ ଏହି ଅନୁଷ୍ଠାନର ସ୍ଥପତି। ତାଙ୍କ ଅବସର ପରେ ସ୍କୁଲ୍ ପରିସରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ପୁରାତନ ଛାତ୍ର ତଥା ଆଲୁମିନି କମିଟି ର ସଦସ୍ୟ ସଦସ୍ୟା, ଗ୍ରାମବାସୀ ସମସ୍ତେ ଶ୍ରୀଯୁକ୍ତ ସାହୁଙ୍କ ମାର୍ଗଦର୍ଶନରେ ଅନେକ ଛାତ୍ର ଆଜି ସମାଜରେ ପ୍ରତିଷ୍ଠିତ। ତାଙ୍କର ଶୃଙ୍ଖଳିତ ଜୀବନ ଓ ଶିକ୍ଷାଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ।ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମାରୋହରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅବସରପ୍ରାପ୍ତ ଶିକ୍ଷକ, ଆଖପାଖ ୧୯ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ପ୍ରତିନିଧି ମାନେ ଶିକ୍ଷକ ମାନଙ୍କ ସମସ୍ୟାର ସମାଧାନ ପାଇଁ ବ୍ଲକ ରୁ ରାଜ୍ୟ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ସାହୁ ନେଇଥିବା ନେତୃତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଶତାଧିକ ଅଭିଭାବକ ଉପସ୍ଥିତ ରହି ତାଙ୍କର ସୁସ୍ଥ

ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ।
ସମାରୋହର ମୁଖ୍ୟ ଆକର୍ଷଣ ଥିଲା ଭବ୍ୟ ପଟୁଆର ରେ ଶ୍ରୀଯୁକ୍ତ ସାହୁଙ୍କୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ପ୍ରତି ଘରେ ତାଙ୍କର ପାଦ ଧୌତ , ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁଙ୍କ ଆଶୀର୍ବାଦ ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଆଲୁମିନା କମିଟି ର ସଭାପତି ମାଲେଶୁ ରାଓ, ମେକା ସତେଶୁ, ସୁବାସ ଗଡତିଆ, ଜିତ ଭାତପାହାର,ନାରାୟଣ ମେହେର, ପିଣ୍ଟୁ ମେହେର, ଗଣେଶ ବେହେରା ବୃନ୍ଦାବନ ମେହେର, , ପ୍ରମିସ୍ ବାରିକ୍, ମୁନା ମେହେର, ପରିଚାଳନା କମିଟିର ଓକିଲ ଭାତପାହାର୍, ସୁରଥ ଛତ୍ରିଆ, ପ୍ରମୁଖ ଗୁରୁ ଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ଲାଭ କରି କୃତ୍ୟ କୃତ୍ୟ ମଣି ଥିଲେ । ଅବସର ନେଉଥିବା ଶିକ୍ଷକ ଶ୍ରୀଯୁକ୍ତ ସାହୁ ଶିକ୍ଷକ ଓ ଅନୁଷ୍ଠାନ କୁ ଅଭିନ୍ନ ବୋଲି କହିବା ସହିତ ଆଜୀବନ ବିଦ୍ୟାଳୟ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିବେ ବୋଲି ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like