-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
01-Mar-2026
(ମନୋରଞ୍ଜନ ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏ ଚ ପି ଭି ଟୀକାକରଣ କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଶୁଭାରମ୍ଭ କଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷା ରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ବିଶେଷ ଅତିଥିଭାବରେ ଡା. ଦୈତ୍ୟ ନାରାୟଣ ପାଢ଼ୀ ପୂର୍ବତନ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ), ଜିଲ୍ଲା ମେଡିକାଲ ଅଫିସର ତଥା ଅଧୀକ୍ଷକ ଡା. ଦୁର୍ଗ।ଦତ୍ତ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ପ୍ରକାଶ ଦନସେନା,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଲେପ୍ରସି) ଡା. ତ୍ରିବିକ୍ରମ ପାଣ୍ଡିଆ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା.ଦିଲୀପ କୁମାର ପୁରୋହିତ ମଞ୍ଚାସୀନ ଥିଲେ। ସମସ୍ତ ମଞ୍ଚାସୀନ ଅତିଥି ବୃନ୍ଦ (HPV)ଟୀକାକରଣ ଉପରେ ଆଲୋକପାତ କରିଥିଲେ। ଏହି ଟିକକରଣ ଜିଲ୍ଲା ରେ ଥିବା 14 ବର୍ଷ ର ସମସ୍ତ ବାଳିକା ଯେପରି ଠିକ ଭାବରେ ପାଇପାରିବେ ସେ ଉପରେ ବିଶେଷ ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ.ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ସମସ୍ତ ନର୍ସିଂ ଅଫିସର,ଆସିଷ୍ଟେଣ୍ଡ ମ୍ୟାନେଜର ତରଣୀସେନ ପଧାନ, ଡେପୁଟି ମେନେଜର(ମାତୃ ସ୍ୱାସ୍ଥ୍ୟ) କିଶୋର ସାହୁ, ସନ୍ତୋଷ କୁମାର ସାହୁ,ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସହଯୋଗ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ କର୍ମକର୍ତ୍ତା ତଦାରଖ କରିଥିଲେ I