-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମ ର କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧା ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁସାରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁର ବେଲବତି ବରିହା ବୟସ-୯୦ ବୋଲି ଜଣାପଡିଛି। ସେ ସୋମବାର ଦିନରୁ ଘରୁ ବାହାରିଥିଲେ।
ଏବଂ ଘର ଆଉଁ ଫେରିଥିଲେ ପରିବାର ଲୋକେ ଅନେକ ଖୋଜାଖୋଜି କରିବାରୁ ମଧ୍ୟ ପାଇନଥିଲେ। ବୃଦ୍ଧା ଜଣକ ଅନେକ ସମୟ ରେ କଣ୍ଟାବାଞ୍ଜି ରେ ଥିବା କାଠ ଡିପୋ ଛିଲପା ନେବାକୁ ଆସୁଥିଲେ। ତେଣୁ ବୁଧବାର ତାଙ୍କ ପରିବାର ଲୋକେ କାଠ ଡିପୋ ଖୋଜିବାକୁ ଆସିଥିବା ବେଳେ ବୃଦ୍ଧା ଜଣଙ୍କ କାଠ ତଳେ ଚାପି ହୋଇ ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ବୃଦ୍ଧା ଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ରେ ଶବ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଆରମ୍ଭ କରିଛି କଣ୍ଟାବାଞ୍ଜି ପୋଲିସ ବୋଲି ଜଣାପଡିଛି।