-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
24-Feb-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଚରଦା ପଞ୍ଚାୟତ ଫୁଲମୁଠୀ ଗ୍ରାମରେ ଚାଲିଥିବା ମା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠାର ତୃତୀୟ ଦିନରେ ଆଜି ଧନ୍ୟାଭିସେକ,ଅନ୍ନlଭିସେକ, ଫଳାଦିଭିସେକ,ଫୁଲାଦିଭିସେକ, ଓ ମଧୁଭିସେକ ସହ ମାହେଶ୍ଵରୀଙ୍କ ସପ୍ତସତୀ ଚଣ୍ଡୀଙ୍କ ହବନ,ମନ୍ଦିର ଶିଖରୀ ସ୍ନାନ ଆଦି ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା l ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ବାସୁଦେବ ହୋତା,ସହଯୋଗୀ ପୂଜକ ମାନେ ଅଭିନାସ ମିଶ୍ର, ଦାମୋଦର ନନ୍ଦ,ଦେବା ହୋତା, ବିଷ୍ଣୁ ପଣ୍ଡା ଓ ମାହେଶ୍ଵରୀ ଙ୍କ ପୂଜକ ମୋହନ ଦେହେରୀ ପୂଜାର୍ଚ୍ଚନା କରୁଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ବନ ବିହାରୀ ମହାକୁର ଓ ତାଙ୍କ ପତ୍ନୀ ମାଳତୀ, ଯଜ୍ଞ କର୍ତ୍ତା ଭାବେ ରାଖାଲ ବରିହା ଓ ତାଙ୍କ ପତ୍ନୀ ସସ୍ମିତା ଦାୟିତ୍ଵ ନିର୍ବାହ କରୁଛନ୍ତି l ଏହି ଅବସରରେ ୨୪ ପ୍ରହର ନାମ ଯଜ୍ଞ ସହ ବଲାଙ୍ଗିରର ସୋନାଲି ମହାପାତ୍ର ସୁନ୍ଦରାକାଣ୍ଡ ପାରାୟଣ ପରିବେଷଣ କରିଥିଲେ ।ସେହିପରି ଘଣ୍ଟବାଦ୍ୟ ଓ ସଙ୍କୀର୍ତ୍ତନ ର ତାଳେ ତାଳେ ବରଗଡ ବ୍ରଜ ଗୋପୀଧାମର କଳାକାର ମାନେ ଏକ ବିରାଟ ଶୋଭାଯାତ୍ରାରେ ପୂଜାର୍ଚ୍ଚନା ସାମଗ୍ରୀ ଧରି ଗ୍ରାମ ପରିକ୍ରମା କରି ଇଷ୍ଟଦେବୀ ଙ୍କ ଦର୍ଶନ କରିଥିଲେ। ସନ୍ଧ୍ୟାରେ ଗୋପିଧାମ କଳାକାର ମାନଙ୍କ ଦ୍ବାରା ଭଜନ ସନ୍ଧ୍ୟା ପରିବେଷଣ ହୋଇଥିଲା l ଆଜି ହଜାର ହଜାର ଶ୍ରଦ୍ଧାଳୁମା ମାହେଶ୍ୱରୀଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସାରା ଫୁଲମୁଠୀ ଗ୍ରାମବାସୀ ସହଯୋଗ କରୁଛନ୍ତି l