-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
24-Feb-2026
ବଲାଙ୍ଗୀରର ବିଶିଷ୍ଟ କବି ଡ. ଗୋପୀକୃଷ୍ଣ ପଣ୍ଡିଆ ଗତ ୨୨ ତାରିଖରେ ସାହିତ୍ୟ କ୍ଷେତ୍ରରେ ସମ୍ବର୍ଦ୍ଧିତ ହୋଇଛନ୍ତି। କଟକର ଶତାବ୍ଦୀ ଭବନ ପରିସରରେ ଶର୍ମି କାବ୍ୟ ଲେଖା ସାହିତ୍ୟ ସଂସଦର ୨ୟ ବାର୍ଷିକତ୍ସବ, ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ସମାରୋହରେ "ଶର୍ମି କାବ୍ୟ ଭୂଷଣ ସମ୍ମାନ"ରେ ଶ୍ରୀ ପଣ୍ଡିଆ ଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ରାଜୀବ କୁମାର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଉତ୍କଳ ସାହିତ୍ୟ ସମାଜ କଟକର ମୁଖବକ୍ତା ଡ଼ ଗୌରଚନ୍ଦ୍ର ମହାପାତ୍ର, ସଭାପତି ଶୈଳବାଳା ସାହିତ୍ୟ ସଂସଦ ସଂସ୍କୃତି ସମାରୋହ, ସମ୍ମାନିତ ଅତିଥି ବ୍ୟଙ୍ଗ ବାରୂଦ, ଡ. ବୈରାଗୀ ଚରଣ ମଲ୍ଲିକ, ସମ୍ପଦ କୁମାର ରଥ, ସମ୍ମାନିତ ବକ୍ତା ପ୍ରଣତ ଛୋଟରାୟ ସଭାପତି ସାହିତ୍ୟ ସଂସ୍କୃତି ସମାରୋହ, ଭକ୍ତ ଚରଣ ସାହୁ, ସଭାପତି ସାହିତ୍ୟ ଓ ସଂସ୍କୃତି ପରିଷଦ ବାଲିଚନ୍ଦ୍ରପୁର ଯାଜପୁର ଶର୍ମି କାବ୍ୟଲେଖା ସାହିତ୍ୟ ସଂସଦର ମୁଖ୍ୟ ତେଜସ୍ୱିନୀ ଶର୍ମିଷ୍ଠା ବେଉରା ପଲାଇ ଯୋଗ ଦେଇ ବଲାଙ୍ଗୀର ର ଗୋପୀକୃଷ୍ଣ ପଣ୍ଡିଆଙ୍କୁ ମାନପତ୍ର ଓ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।