-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
22-Feb-2026
ବଲାଙ୍ଗୀର♦️ ଆଜି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଅଜଣା ଶବ କୁ ସମ୍ମାନ ସହ ସତ୍କାର କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଂଚଳର ସରସ୍ବତୀ ନାଏକ ବଲାଙ୍ଗୀର ସହରରେ କାମ କରିରହୁଥୁଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅର ସହ ପେଟି ବୋହି ପେଟ ପୋଷଣ କରୁଥୁଲେ। କିନ୍ତୁ ସରସ୍ବତୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ଦିଅର ତାଙ୍କୁ ଭୀମ ଭୋଇ ମେଡିକାଳ ରେ ଭର୍ତି କରିଥିଲେ ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା l ଅନ୍ୟ ଜାତିରେ ବିବାହ ପାଇଁ ସୁନ୍ଦରଗଡ଼ରୁ ମଧ୍ୟ କେହି ଆସିନଥିଲେ। ତାସହ ତାଙ୍କ ଦିଅର ମହେଶ ମଧ୍ୟ ଏକା ଶବ ସତ୍କାର କରିବା ପାଇଁ ଅସମର୍ଥ ହେବାରୁ ହସ୍ପିଟାଲର କତୃପକ୍ଷ ଏବଂ ପୋଲିସ ପ୍ରଶାସନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର କର୍ମକର୍ତାଙ୍କୁ ଜଣାଇଥିଲେ।
ଅନୁଷ୍ଠାନର କର୍ମକର୍ତା ମାନେ ସ୍ଥାନୀୟ ବିଭୁତିପଦା ସ୍ମଶାନରେ ସମ୍ମାନ ସହ ଶବ ସତ୍କାର କରିଥିଲେ ଲଃ ଆଜିର ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, କନ୍ଦର୍ପ ରଣା, ଅରୁଣ ନାଏକ, ଖଗେଶ୍ୱର ପ୍ରଧାନ,ବିଶ୍ୱଜିତ ପଟେଲ, ଘନ ପଶୟତ, ମୁକେଶ ପଧାନ, ପଞ୍ଚା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶବ ସତ୍କାର କରିଥିଲେ।