-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ଡୁଙ୍ଗୁରିପାଲିର ପୂର୍ବତନ ସରପଞ୍ଚ ଭାଗିରଥୀ ବିଶ୍ଵାଳ(୬୫)ଙ୍କ ପରଲୋକ ହୋଇ ଯାଇଛି । କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସାଧୁନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ମଧ୍ୟାହ୍ନରେ ତାଙ୍କର ମରଶରୀର ଡୁଙ୍ଗୁରିପାଲି ରେ ପହଂଚି ଥିଲା ।ପରିବାପରେ ଶୋକାକୁଳ ପରିବେଶ ଦେଖା ଦେଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସଦାନୟା, ପୁଅ ରବିନ୍ଦ୍ର, ବିଦ୍ୟାନ, କ୍ଷିରୋଦ୍ର , ଝିଅ ପ୍ରୟଙ୍କା, ଜୁଆଇଁ ନିହାର ଏବଂ ବଡଭାଇ ମକରଧ୍ଵଳ, ଚକ୍ରଧ୍ଵଜ, ଗରୁଡଧ୍ୱଜ, ସାନଭାଇ ଦାଶରଥ . ଘରଣୀମାନଙ୍କ ମଧ୍ୟରେ ଦିବସାନ, ଉପାସୀ, ପାର୍ବତୀ, ପୁତୁରା ଧର୍ମେନ୍ଦ୍ର, ବିରେନ୍ଦ୍ର,ଆର୍ଚତ୍ରାଣ, ଭକ୍ତରଚଣ, ଆର୍ଯ୍ଯନ ଉପସ୍ଥିତ ଥିଲେ । ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବ୍ଲକ ଉପାଧ୍ୟକ୍ଷ ତଥା ପୂର୍ବତନ ଅଧ୍ୟକ୍ଷ ମକରଧ୍ଵଜ ସାହୁ, ଡୁଙ୍ଗୁରିପାଲି ସରଫଳ ଚିତ୍ତରଞ୍ଜନ ମିଶ୍ର, ପୂର୍ବତନ ସୋନପୁର ଜିଲ୍ଲା ପରିଷଦ ଅଧ୍ଯକ୍ଷ ହିମାଂଶୁ ଶେଖର ବିଶ୍ଵାଳ, କାନ୍ଧରପ ସାହୁ, ଗାନ୍ଧୀ ସାହୁ, ଗୋପାଳ ବାରିକ, ଅଶୋକ ଶତପଥି, ପବିତ୍ର ମୋହନ ପାଣ୍ଡିଆ, ବଦ୍ରିନାରାୟଣ ପାଣ୍ଡିଆ, ସରୋଜ ମେହେର, ମଧୁ ପଧାନ, ନାରାୟଣ ବିଶ୍ଵାଳ, ଆଶିଷ ପଣ୍ଡା, ରୋହିତ , ଆନନ୍ଦ ପ୍ରଧାନ, ବୃନ୍ଦାବନ ପଧାନ, ଦେବରାଜ ଜେନା ପ୍ରମୁଖ ଶବାଧାରରେ ସାମିଲ ଥିଲେ ।ସ୍ୱର୍ଗତ ଭାଗିରଥୀ ବିଭାନ ୨୦୦୨ ମସିହାରେ ଡୁଙ୍ଗୁରିପାଲି ପଂଚାୟତର ସରପଂଚ ଥିବା ବେଳେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି । ବଡ଼ପୁଅ ରବିନ୍ଦ୍ର ର ଶ୍ମଶାନରେ ମୁଖାଗ୍ନି ଦେଥିଲେ । ଅଂଚନର ବହୁ ଲୋକ ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରା ଯାଇଛି।