-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
ଭୁବନେଶ୍ବର (ଶୁଭାଶିଷ ନାୟକ) : ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରାସ୍ତା କଡ଼ରେ ସ୍ଥାନୀୟଲୋକ ଯିବା ସମୟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଯାହାପରେ ତୁରନ୍ତ ପୋଲିସ ଖବର ଦେଇଥିଲା । ମୃତଦେହ ନିକଟରେ ମହିଳାଙ୍କ ବସ୍ତ୍ର ଓ ବେଡ଼୍ସିଟ୍ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଜବତ କରିଛି କମିଶନରେଟ୍ ପୋଲିସ ।
ତେବେ ମହିଳାଙ୍କ ହତ୍ୟା ପରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ତେଣୁ ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍ ଟିମ୍କୁ ଡାକିବାର ସମ୍ଭାବନା ମଧ୍ୟ ରହିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଅଧିକ ତଥ୍ୟ ଯୋଗାଡ଼ କରିଲେ, ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି ।
ମହିଳାଙ୍କୁ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଛି ବୋଲି ସ୍ଥାନୀୟଲୋକଙ୍କ ଅଭିଯୋଗ । ଯାହାକୁ ଆଧାର କରି ପୋଲିସ ତଥ୍ୟ ଯୋଗାଡ କରିବାରେ ଲାଗିଛି ।