-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
05-Feb-2026
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)
ଧର୍ମ ଓ ସଂସ୍କୃତିର ସଂଗମ ସ୍ଵରୁପ ଆଜି ସଦର ଢେରାପଡା ଠାରେ ସମସ୍ତ ହିନ୍ଦୁ ସମାଜ ପକ୍ଷରୁ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଆଜି ଢେରାପଡା ସ୍ଥିତ ବୁଢ଼ିମା ସାଂସ୍କୃତିକ ମଣ୍ଡପ ଠାରେଆୟୋଜିତ ଭଜନ, ପ୍ରବଚନ ସହ ସତସଙ୍ଗ କାର୍ଯ୍ୟକ୍ରମ ରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ହରିନାମ ଓ ସଂକିର୍ତ୍ତନ୍ୟ ରେ ବିଭୋର ରହିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସୋନପୁର ଉପଜିଲ୍ଲାପାଳ ଡ଼. ସୋମ୍ୟରୁପା ରଥ, ସୋନପୁର ପୈ। ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମୀତା ନାୟକଯୋଗଦେଇ ହିନ୍ଦୁ ସମାଜର ଏକାଗ୍ରତା ପାଇଁ ବିଭିନ୍ନ ମତ ଦେଇଥିଲେ ।ଡ. ରଥ ତାଙ୍କ ବକ୍ତବ୍ୟରେ ନିକଟରେ ସୁବର୍ଣ୍ଣପୁର କୁ ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଭୁ ଶ୍ରୀ ଗୋପାଳଜୀ ଙ୍କ ଫେରିବା ଓ ତାଙ୍କର ପୁନଃ ପ୍ରତିଷ୍ଠା ପରେ ନିଜସ୍ଵ ମନ୍ଦିରକୁ ବିଜେ ସଂପର୍କିତ ବିଭିନ୍ନ ତଥ୍ୟ ରଖିଥିଲେ।