-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

୭୬ ବର୍ଷରେ ଜରାସିଂହା ନେତ୍ରଭାନୁ ହାଇସ୍କୁଲ... ଶିକ୍ଷାର ବିକାଶ ସହିତ ଅଞ୍ଚଳର ସାମାଜିକ,ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତିର ପ୍ରମୁଖକ୍ଷେତ୍ର

05-Feb-2026



ବଲାଙ୍ଗିର-ସ୍ୱାଧିନୋତ୍ତର ଭାରତରେ ଶିକ୍ଷାର ବିକାଶ ପାଇଁ ଅନେକ ଗାଁରେ ସ୍କୁଲର ଆବଶ୍ୟକତା ଥିଲା । ସେଥିପାଇଁ ବଲାଙ୍ଗୀର ଜିଲ୍ଲାର ଐତିହାସିକ ଗ୍ରାମ ଜରାସିଂହାଠାରେ ଏକ ହାଇସ୍କୁଲ ଖୋଲିବାର ଉଦ୍ୟମ ଆରମ୍ଭ ହୋଇଥିଲା । ବଲାଙ୍ଗୀର ଚୌହାନରାଜବଂଶର ଜଣେ ଦାୟାଦ ଜରାସିଂହା ଜମିଦାର ବ୍ରଜେନ୍ଦ୍ରନାରାୟଣ ସିଂଦେଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ ୧୯୪୮ ମସିହାରେ ପ୍ରଥମକରି ଗ୍ରାମାଞ୍ଚଳରେ ଏକ ହାଇସ୍କୁଲ ଖୋଲିବାକୁ ପ୍ରସ୍ତୁତି ବୈଠକ କରିଥିଲେ । କିନ୍ତୁ ହାଇସ୍କୁଲ ଖୋଲିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା ଓ ପରେ ତାଙ୍କର ଉତ୍ତରାଧିକାରୀ ଜମିଦାର ଲାଲ ଜଗନ୍ନାଥପ୍ରସାଦ ସିଂଦେଓଙ୍କ ଉଦ୍ୟମରେ ୧୯୫୦ ମସିହା ଜୁଲାଇ ୧୭ ତାରିଖରୁ ଆରମ୍ଭ ହୁଏ ହାଇସ୍କୁଲ । ହାଇସ୍କୁଲ ଖୋଲି ଏହାର ନାମକରଣ କରାଗଲା ଜମିଦାରଙ୍କ ପିତାମାତା ନେତ୍ରମଣୀଦେବୀ ଓ ଭାନୁପ୍ରତାପ ସିଂଙ୍କ ନାମରେ । ସେହିଦିନରୁ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଗ୍ରାମାଞ୍ଚଳ ହାଇସ୍କୁଲ ଭାବରେ ଜରାସିଂହାର ଏହି ନେତ୍ରଭାନୁ ହାଇସ୍କୁଲ ଅଞ୍ଚଳର ଶିକ୍ଷାର ବିକାଶରେ ଆଗେଇ ଚାଲିଛି । ସ୍କୁଲପାଇଁ ଗାଁର ଲଲିତମୋହନ ଦେଓ ଜମିଦାନ କରିଥିବା ବେଳେ ଗୋପିନାଥ ମେହେର ପ୍ରଥମ ପ୍ରଧାନଶିକ୍ଷକ ଦାୟିତ୍ୱ ପାଇଥିଲେ । ନିଷ୍ଠାପର ଶିକ୍ଷକଙ୍କ ପାଇଁ ସ୍କୁଲରେ ଶିକ୍ଷାର ବାତାବରଣ ବଢିଥିଲା ଓ ସ୍କୁଲକୁ ଗୌରବ ପ୍ରଦାନ କରିଥିଲା । ୧୯୫୬ ମସିହାରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ଗାନ୍ଧିବାଦୀନେତା ନବକୃଷ୍ଣ ଚୌଧୁରୀ ଏହି ହାଇସ୍କୁଲର ନୂତନବିଲଡିଂର ଶୀଳାନ୍ୟାସ କରିଥିଲେ ।  ଶ୍ରୀ ଚୌଧୁରୀ ଜରାସିଂହାରେ ଦୁଇଦିନ ପର୍ଯ୍ୟନ୍ତ ଜରାସିଂହାରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଯାହାକି ଏହି ହାଇସ୍କୁଲ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ଥିଲା । ଜରାସିଂହାକୁ ବିଭିନ୍ନ ସମୟରେ ହରେକୃଷ୍ଣ ମହତାଭ,ବିଜୁ ପଟ୍ଟନାୟକ,ଜାନକିବଲ୍ଲଭ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀଗଣ ଆସି ଏହି ହାଇସ୍କୁଲକୁ ଉଚ୍ଚପ୍ରଶଂସା କରିଛନ୍ତି । ୧୯୭୪ ମସିହାରେ ରାଜ୍ୟସରକାର ଏହି ହାଇସ୍କୁଲର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଥିଲେ । ଗତ ୧୯୭୭ ମସିହାରେ ଏହାର ରଜତଜୟନ୍ତି ଉତ୍ସବ ମଧ୍ୟ ପାଳିତ ହୋଇଥିଲା । ଯେତେବେଳେ ଏହି ହାଇସ୍କୁଲ ଖୋଲିଲା ସେତେବେଳେ ଗ୍ରାମାଞ୍ଚଳରେ କୌଣସିଠାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ବ୍ୟବସ୍ଥା ନଥିଲା । ସେଥିପାଇଁ ଏହି ହାଇସ୍କୁଲରେ ପାଠପଢିବା ପାଇଁ ଶହଶହ ସଂଖ୍ୟାରେ ଛାତ୍ରମାନେ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ । ଆଜି ଜରାସିଂହାର ନେତ୍ରଭାନୁ ହାଇସ୍କୁଲକୁ ୭୫ ବର୍ଷ ପୁରି ୭୬ ବର୍ଷରେ ପଦାର୍ପଣ କରିସାରିଛି । ସୁଖର କଥା ପୁରାତନଛାତ୍ରମାନଙ୍କ ପକ୍ଷରୁ ୭୫ବର୍ଷ ପୂର୍ତ୍ତିରେ ପ୍ଲାଟିନମ ଜୁବୁଲି ପାଳନ କରାଯାଉଛି । ଫେବୃୟାରୀ ୫ ତାରିଖରୁ ଆରମ୍ଭ କରି ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ଦିନ ଧରି ଜରାସିଂହା ଉତ୍ସବମୁଖର ହେବ । ହଜାର ହଜାର ସଂଖ୍ୟାରେ ପଢିଥିବା ପୁରାତନ ଛାତ୍ରଛାତ୍ରୀ ଆସି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଅନୁଭୁତି ବାଣ୍ଟିବେ । ପ୍ରାୟ ତିନିମାସ ହେଲା ପ୍ଲାଟିନମ ଜୁବୁଲି କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବ୍ରଜେନ୍ଦ୍ରନାରାୟଣ ସିଂଦେଓଙ୍କ ନାମିତ ହୋଇଥିବା ବିଏନସିଂଦେଓ ଷ୍ଟାଡିୟମରେ ପ୍ଲାଟିନମ ଜୁବୁଲି ମହୋତ୍ସବ ପାଳିତ ହେଉଛି । ନେତ୍ରଭାନୁ ହାଇସ୍କୁଲ କେବଳ ଶିକ୍ଷାର ବିକାଶ କରିନାହିଁ ବରଂ ଏ ଅଞ୍ଚଳକୁ ଜନଜୀବନକୁ ପ୍ରଭାବିତ କରିଛି । ହଜାର ହଜାର ବର୍ଷର ଐତିହ୍ୟଗ୍ରାମ ଜରାସିଂହାକୁ ନୂତନ ମାନ୍ୟତା ଦେଇଛି । ଏଠାରେ ଶିକ୍ଷାର ବିକାଶ ସହିତ କ୍ରୀଡାର ବିକାଶ ହୋଇଛି । ଲୋକଙ୍କ ମଧ୍ୟରେ

ସାମାଜିକ,ସାଂସ୍କୁତିକ ଭାବଧାରା ବଢିଛି । ପୂର୍ବରୁ ଜରାସିଂହାକୁ ଐତିହାସିକ ଦେବୀ ପାଟଖଣ୍ଡାଙ୍କ ପାଇଁ କେବଳ ଜାଣୁଥିବା ବେଳେ ପରେ ପାଟଖଣ୍ଡାଙ୍କ ସହ ନେତ୍ରଭାନୁ ହାଇସ୍କୁଲକୁ ନେଇ ମଧ୍ୟ ଜରାସିଂହା ପରିଚିତି ପାଇଛି । ଏଠିକାର ଛାତ୍ରଛାତ୍ରୀ ପାଠପଢି ବହୁତ ବଡବଡ ପଦପଦବୀରେ ରହି ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ଏବେ ପ୍ଲାଟିନମ ଜୁବୁଲି ପାଇଁ ପୁରାତନଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବବିନିମୟ ହେବ । ମହୋତ୍ସବରେ ଓଡିଶା ବିଭିନ୍ନ ରାଜନେତା,ମନ୍ତ୍ରୀଗଣ ତଥା ପ୍ରଶାସନିକ ଅଧିକାରୀଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମହୋତ୍ସବ କମିଟିରେ ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ ମୁଖ୍ୟ ଉପଦେଷ୍ଟା ରହିଥିବା ବେଳେ ଲକ୍ଷ୍ମଣ କୁମାର ମେହେର କମିଟିର ଅଧ୍ୟକ୍ଷ ରହିଛନ୍ତି । ଅର୍ଥକମିଟିରେ କର୍ତ୍ତାରସିଂ କୁମ୍ଭାର ରହିଥିବା ବେଳେ ଗାଁର ଅନେକ ବିଶିଷ୍ଟବ୍ୟକ୍ତି ବିଶେଷ ମହୋତ୍ସବ ଆୟୋଜନରେ ସହାୟତା କରୁଛନ୍ତି । ଜୀବିତ ଥିବା ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ । ଶିକ୍ଷାର ଆଲୋକବର୍ତ୍ତିକା ସାଜିଥିବା ଏହି ୭୬ ବର୍ଷର ଶିକ୍ଷାର ମନ୍ଦିର ଆଗକୁ ଆହୁରି ଯୁଗଯୁଗ ଧରି ଏହି ଅଞ୍ଚଳର ଶିକ୍ଷା,ସାମାଜିକ,ଅର୍ଥନୈତିକ ବିକାଶରେ ସହାୟ ହେବ ବୋଲି ଲୋକଙ୍କର ଆଶା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like