-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଗାନ୍ଧୀ ପାର୍କ ନିକଟରେ 3ଦିନ ବ୍ୟାପି ନାଇଟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଠାରୁ ଆରମ୍ବ ହୋଇଥିବା ଏହି ପ୍ରତିଯୋଗିତା ରେ ଚାମ୍ପିୟନ ହେଲା ଡାବୁଗାଁ ଟିମ ଏବଂ ରନର ହେଲା ପାପଡାହାଣ୍ଡି ଟିମ। ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଡାବୁଗାଁ ଏସ ବି ଆଇର ବିଏମ ରାଜ ନାରାୟଣ ଦିଗଲ ଏବଂ ସଂମ୍ମାନିତ ଅତିଥି ଭାବରେ ଡାବୁଗାଁ ବ୍ଲକ ର କନିଷ୍ଟ ଯନ୍ତ୍ରୀ ଦିଲୀପ ମିଶ୍ର ଓ ପ୍ରଶାନ୍ତ ଚୌଧୁରୀ ସାର ଏବଂ ବିଜୟୀ ଟିମ କୁ ୭, ୭୭୭ ଟଙ୍କା ଏବଂ ରନ୍ରର ଟିମ ୫, ୫୫୫ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ବ୍ୟାଡ଼ମିଣ୍ଟନ ଟର୍ଣ୍ଣା ମେଣ୍ଟ କୁ ଆୟୋଜନ କରିଥିଲେ ଜେଇ ଦିଲୀପ ମିଶ୍ର ଏବଂ ଡାବୁଗାଁର ବ୍ୟାଡ଼ ମେଣ୍ଟେନ ଖେଳାଳି ଭାଇ ମାନେ।