-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
31-Jan-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ଥାନା ଅଭ୍ୟର୍ଥନା ପ୍ରକୋଷ୍ଠରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଲୋଇସିଂହା ଆଇଆଇସି ସିପୋରା ସାଏରା ଲୁଗୁନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସାଇବର ଠକେଇ, ଟ୍ରାଫିକ ସମସ୍ୟା, ଅନିୟନ୍ତ୍ରିତ ଗାଡ଼ିଚାଳନା, ନିଶା ନିବାରଣ, ପେଟ୍ରୋଲିଂ, ସିସିକ୍ୟାମେରା, ଅଳିଆ ଆବର୍ଜନା, ଗାଡି ପାର୍କିଙ୍ଗ, ମନ୍ଦିର ରୁ ଚୋରି, ବାଲ୍ୟବିବାହ ଆଦି ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ବିଷୟରେ ଆଲୋଚନା ହେବାସହ ସମସ୍ତ ଙ୍କ ସହଯୋଗ ରେ ଏହା ସମ୍ଭବ ହେବ ବୋଲି ଆଇଆଇସି ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଏସଆଇ ଶ୍ରୀନିବାସ ବିଶ୍ୱାଳ, ସୁରଜ ବିଶ୍ୱାଳ, ଏଏସଆଇ ଜୋତ୍ସ୍ନା ମହାନନ୍ଦ, ଏଚ. କେ ମାଝୀ, ଏଏସଆଇ ଶ୍ରୀ ବେହେରା ଙ୍କ ଉପସ୍ଥିତି ରେ ଗଣମାଧ୍ୟମ ପ୍ରତିନିଧି, ସ୍ବେଛାସେବୀ, ଜନ ପ୍ରତିନିଧି, ବରିଷ୍ଠ ନାଗରିକ, ଲୋଇସିଂହା ଥାନା ଅଧିନସ୍ଥ ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ପ୍ରମୁଖ ଉପସ୍ଥିତ ରହି ଏହି ବୈଠକ କୁ ସଫଳ କରିଥିଲେ l