-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
31-Jan-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲମୁଠି ଠାରେ ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା ନେଇ ଆଶୀର୍ବାଦ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ପଞ୍ଚାନନ ସାହୁ,ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ,ବୈଜୟନ୍ତୀ ସାହୁ, ଅଧ୍ୟାପକ ଅଶୋକ କୁମାର ବିଶି,ସବ୍ୟସାଚୀ ଦନ୍ତା,ଖେଲ ଶିକ୍ଷୟତ୍ରୀ ବିନ୍ଦୁଲତା କର ପ୍ରମୁଖ ଯୋଗଦେଇ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ସତତା,ଆତ୍ମବିଶ୍ବାସ ସହ କଠୋର ପରିଶ୍ରମ କରି ନିଜର ଭବିଷ୍ୟତ ଗଠନ କରିବା ଦିଗରେ ନିଜ ଜୀବନକୁ ଆଗେଇ ନେବା ପାଇଁ ପରାମର୍ଶ ଦେବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । ଯାହା ଫଳରେ ଛାତ୍ରୀ ମାନେ ଆଶୀର୍ବାଦ ସମାରୋହକୁ ଗ୍ରହଣ କରି ଗୁରୁତୁଲ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶିବ ନାରାୟଣ ମେହେର,ପ୍ରଦୀପ କୁମାର ମିଶ୍ର, ସଂଗୀତା ପୁରୋହିତ,ସୋମିତ୍ରି ମେହେରଙ୍କ ସମେତ ବିଦ୍ୟାଳୟର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ।