-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Jan-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଓଡ଼ିଶାର ଦ୍ଵିତୀୟ ବାରାଣାସୀ ଭାବରେ ଖ୍ୟାତ ଅଷ୍ଟଶମ୍ଭୁ ଙ୍କ ସହର ସୁବର୍ଣ୍ଣପୁର ଠାରେ ଅଧିଷ୍ଠିତ ବାବା ପଶ୍ଚିମ ସୋମନାଥ ଙ୍କ ଠାରେ ଆଜି ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ମାଳିନୀ ସହରରେ ଏହି ପବିତ୍ର ମାଘ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପଶ୍ଚିମ ସୋମନାଥ ବାବା ଙ୍କ ପୀଠରେ ଏହି ଗଙ୍ଗା ଜଳା ଭିଷେକ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଏକ ଅପୂର୍ବ ଭକ୍ତି ଭାବ ସୃଷ୍ଟି ହୋଇଥିଲା। ଏହି ଗଙ୍ଗା ଜଳାଭିଷେକ ପାଇଁ ୧୨ହଜାର ଲିଟର ଗଙ୍ଗା ଜଳ ସୁଦୁର ଗଙ୍ଗାନଦୀ ରୁ ଟ୍ୟାଙ୍କର ଯୋଗେ ଅଣାଯାଇ ପଶ୍ଚିମ ସୋମନାଥ ଙ୍କ ଠାରେ ଜଳାଭିଷେକ କରାଯାଇଛି। ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଂକ ପାଇଁ ସାମୁହିକ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ସାମ୍ନାରେ ସୁଗାୟୀକା ଅଳକା ଦାଶ ଙ୍କ ଦ୍ଵାରା ପାରାୟଣ ପରିବେଷଣ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ରେ ଘୋଡାଘାଟପଡା ର
ଗୋପାଳ ପୂଜାରୀ, କାର୍ତ୍ତିକ ପଧାନ, ଶ୍ରୀବତ୍ସ ମଲ୍ଲିକ, ବିକାଶ ମିଶ୍ର , ଗୋପାଳ ପଧାନ,ତାପସ ମିଶ୍ର,ରଜତ ପଟ୍ଟନାୟକ, କୃତ୍ତିବାସ ପାଣିଗ୍ରାହୀ,ସୋମ୍ୟ ମିଶ୍ର, ଶାଶ୍ଵତ ମିଶ୍ର, ସନ୍ତୋଷ ପ୍ରଧାନ, ଜୟ କୁମାର ମହଳା ପ୍ରଫୁଲ୍ଲ ନାୟକ,ତ୍ରିଲୋଚନ ପାଣିଗ୍ରାହୀ, ମୈଥିଳୀ ପଣ୍ଡା, ପ୍ରାମୁଖ ମନ୍ଦିର କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।