-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ସନ୍ଥକବି ଭୀମଭୋଇଙ୍କ ଖଲିଆପାଲିପୀଠକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ସ୍ୱାଗତ କଲେ ମହିମା ପୀଠର ଅଧିବାସୀ

29-Jan-2026



ପୂର୍ଣ୍ଣ ଚନ୍ଦ୍ର ପଣ୍ଡା

ଖୁସିର କଥା ଫେବୃୟାରୀ ୧ ତାରିଖରେ ପବିତ୍ର ମାଘମେଳା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧନା,ସିଦ୍ଧି ଓ ସମାଧିପୀଠକୁ ପ୍ରଥମଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦର୍ଶନ ପାଇଁ ଆସୁଛନ୍ତି । ଏହା ସହିତ ସୋନପୁରର ପ୍ରସିଦ୍ଧ ଗୋପାଳଜୀ ମନ୍ଦିରର ବିଗ୍ରହ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଛନ୍ତି । ତାଙ୍କର ଏହି  ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ଗସ୍ତକୁ ଆମେ ସ୍ୱାଗତ କରୁଛୁ ।

ମହିମାଧର୍ମରେ ଯୋରନ୍ଦାର ମୁଖ୍ୟପୀଠ ପରେ ଖଲିଆପାଲି ହେଉଛି ଦ୍ୱିତୀୟ ପ୍ରମୁଖପୀଠ । ଏହି ପୀଠରୁ ସନ୍ଥକବି ବିଶ୍ୱ କଲ୍ୟାଣ ପାଇଁ ମହିମା ଅଲେଖ ଡାକଦେଇ  ତାଙ୍କର ମହାନପଙ୍କତି “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ..ମୋଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ”(ସ୍ତୁତିଚିନ୍ତାମଣୀ) ରଚନା କରିଥିଲେ । ୧୮୭୭ ମସିହାରୁ ଏହିପୀଠଟି ସ୍ଥାପନ ହୋଇଥିବା ବେଳେ ଅନେକ ସମୟରେ ଭାରତର କୋଣଅନୁକୋଣ ତଥା ବିଦେଶରୁ ଗବେଷକ, ପର୍ଯ୍ୟଟକ, ବୁଦ୍ଧିଜୀଵୀ,ସାମ୍ବାଦିକ, ରାଜନେତା ଆସି ଏହିପୀଠରେ ଦର୍ଶନ କରିଯାଇଛନ୍ତି । ଦୁଇଜଣ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ପ୍ରଫେସର ଗଣେଶୀଲାଲ ଏହି ପୀଠକୁ ଆସି ଦର୍ଶନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ଆସି ପରିଦର୍ଶନ କରିନଥିଲେ । ୧୮୯୭ ମସିହାରେ କୌଣସି ରାଜାଙ୍କ ପୃଷ୍ଠପୋଷକତା ବିନା ଏଠାରେ ଭକ୍ତଙ୍କ ଦାନରେ ସନ୍ଥକବିଙ୍କ ସମାଧିମନ୍ଦିର ନିର୍ମାଣ  ହୋଇଥିଲା । ପୂର୍ବରୁ ମହିମା ସାଧୁସନ୍ଥଙ୍କ ଦ୍ୱାରା କେବଳ ଏହି ପୀଠଟି ପରିଚାଳିତ ହେଉଥିବା ବେଳେ ୧୯୯୯ ମସିହାରେ ସମାଧି ପୀଠ ଟ୍ରଷ୍ଟ ଗଠନ ହୋଇ ଜିଲ୍ଲାପ୍ରଶାସନ ଓ ଟ୍ରଷ୍ଟପରିଚାଳନା କମିଟି ଦ୍ୱାରା ପରିଚାଳିତ ହେଉଛି । ହଜାର ହଜାର ମହିମା ଧର୍ମି, ସାଧୁସନ୍ଥଙ୍କ ଆଗମନ ହେଉଛି । ଟ୍ରଷ୍ଟଗଠନ ପରେ ପୀଠର ଅନେକଗୁଡିଏ ବିକାଶ ହୋଇଛି । କିନ୍ତୁ ଜଣେ ସନ୍ଥଙ୍କ ପୀଠକୁ ସରକାରମାନେ ଯେତେ ଗୁରୁତ୍ୱଦେବା କଥା ସେଥିରୁ କମ ଗୁରୁତ୍ୱ ମିଳିଥିବା ଆଲୋଚନା ହୁଏ । ପୀଠଟି ପଶ୍ଚିମାଞ୍ଚଳ ରେ ଥିବା କାରଣରୁ ସରକାରମାନେ କମ୍ ଗୁରୁତ୍ୱ ଦେଉଥିବା ମଧ୍ୟ ଅଭିଯୋଗ ହୁଏ । ମହିମା ଧର୍ମ ହେଉଛି ଓଡିଶାର ନିଜସ୍ଵ ଧର୍ମ l ଓଡିଶା ମାଟିରୁ ଏହି ଧର୍ମ ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇ ଚାଲିଛି l ତେଣୁ ଓଡ଼ିଆ ଅସ୍ମିତାକୁ ନେଇ ଏହି ପୀଠର ସୁରକ୍ଷା ପାଇଁ ଆଗକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝିଙ୍କ ଗସ୍ତ ପରେ କିଛି ଅଧିକ ଉନ୍ନୟନ ପ୍ରକଲ୍ପ ନିଶ୍ଚୟ ଆସିବ ବୋଲି ଆଶା କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ଭବିଷ୍ୟତ ପର୍ଯ୍ୟଟନ, ଜଳସେଚନ ଓ ନୂତନ ପ୍ରତିଷ୍ଠାନ ସ୍ଥାପନ ଉପରେ ନିର୍ଭର କରୁଛି । ଐତିହ୍ୟଭରା ସୋନପୁର ସହରକୁ ମନ୍ଦିରମାଳିନୀ ଦ୍ୱିତୀୟବାରାଣସି ବୋଲି ଅଭିହିତ କରାଯାଏ । ଠିକ ସେହିପରି ସନ୍ଥକବିଙ୍କର ଖଲିଆପାଲି ପୀଠ, ପାତାଳୀ ଶ୍ରୀକ୍ଷେତ୍ର, ବିନିକାର ପାପକ୍ଷୟ ଘାଟ,ଚରଦାର ଚରଦେଇ ପୀଠ,ରାମପୁର ନିକଟସ୍ଥ ପୂଜାଡୁଙ୍ଗୁରୀ, ତରଭା ନିକଟସ୍ଥ ଚୁଡାଖାଇ ପାହାଡ ଇତ୍ୟାଦି ଅନେକ ପର୍ଯ୍ୟଟନ କ୍ଷେତ୍ର 

ରହିଛି। ବାରପାହାଡ ଦେବୀପୀଠ ସମେତ ଦେଉଳଝରି, ସିଙ୍ଗଜୁରୀକଟା ଓ ଆଉ ଅନେକ ଇକୋଟୁରିଜମର ସମ୍ଭାବନା ରହିଛି । ଏହାର ବିକାଶ କରାଗଲେ ସୁବର୍ଣ୍ଣପୁର ଜିଲ୍ଲାର ସ୍ୱର୍ଣ୍ଣିମ ଅଧ୍ୟାୟ ପୁଣିଥରେ ଯୋଡିହେବ । ଠିକ ସେହିପରି ମହାନଦୀ ରେ ମହାବ୍ୟାରେଜର ନିର୍ମାଣ ଓ ପ୍ରସ୍ତାବିତ ମତ୍ସ୍ୟ ମହାବିଦ୍ୟାଳୟ ସ୍ଥାପନ ବାସ୍ତବରୂପ ପାଇଲେ ସୁବର୍ଣ୍ଣପୁରର ଭବିଷ୍ୟତ ଉଜ୍ଜଳମୟ ହେବ । ଧାନଉତ୍ପାଦନରେ ସୋନପୁର ଏକ ଆଗଧାଡିର ଜିଲ୍ଲା । ଏହା ସହିତ ବୟନଶୀଳ୍ପର ବିକାଶ ମଧ୍ୟ ଆବଶ୍ୟକ । ସେହିଦୃଷ୍ଟିରୁ ସରକାର କେତେ ଆଗଭର ଓ କଣ ଯୋଜନା କରୁଛନ୍ତି ତାହା ସମୟ କହିବ । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ବିଗତ ୧୮ମାସର ଶାସନ ସମୟରେ ତାଙ୍କର ଏହା ଦ୍ୱିତୀୟ ଗସ୍ତ । ସୁବର୍ଣ୍ଣପୁର ଜିଲ୍ଲାବାସୀ ନିହାତି ବଡକିଛି ଆଶା କରିବା ବାଞ୍ଛନୀୟ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ଏହି ଗସ୍ତକୁ ସ୍ୱାଗତ କରିବା ସହ ଓ ଜିଲ୍ଲାବାସୀ ସମସ୍ତେ ତାଙ୍କର ଗସ୍ତକୁ ସ୍ୱାଗତ କରିବାକୁ ଅନୁରୋଧ କରାଯାଇଛି । ମନେ ପକାଇ ଦେଉଛୁ ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଆସି ଯେଉଁ ପ୍ରତିଶୃତି ଦେଇଯାଇଥିଲେ ତାହାକୁ ରାଜ୍ୟସରକାର ନିଶ୍ଚୟ ପୂରଣ କରିବେ ବୋଲି ଆଶା ଓ ବିଶ୍ୱାସ ।
                                                                       


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like