-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
28-Jan-2026
ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲିଟିସର୍ଗି ପଞ୍ଚାୟତରେ ସରପଞ୍ଚ ମିନତି ନନ୍ଦଙ୍କ ଅଧ୍ୟକ୍ଷତାରେ ମହିଳା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏମ ଓ ଇନଚାର୍ଜ ଡ଼ ସଂଜୀବ କୁମାର ନାଏକ, ଡ଼ ଉପେନ୍ଦ୍ର ମାଝୀଙ୍କ ସମେତ ସି ଏଚ ଓ ସନ୍ତୋଷ ବାଗ,ପି ଏଚ୍ ଇ ଓ ଅନୁପ ସିଂ ମାଝୀ,ସୁଭାଗିନି ପଣ୍ଡା,ସୁବୋଧ ବେହେରା,ଯମୁନା ତିର୍କି ଯୋଗଦାନ କରି ପାଖାପାଖି ୧୬୦ ଜଣ ଉଭୟ ପୁରୁଷ ଓ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଜଣକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୋଡ଼େନକୁ ପଠାଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ନମିତା ସାହୁ,ଏ ବି ଏଫ୍ ରାକେଶ କୁମାର ଷଡଙ୍ଗୀ,ନାଏବ ସରପଞ୍ଚ ବଳରାମ ବାଗ,ଜି ଆର୍ ଏସ ଡାଇନା ତାଣ୍ଡି,ସମାଜ ସେବୀ ବିଜୟ କୁମାର ନନ୍ଦ ,ପୋଲିସ ବିଭାଗ ପକ୍ଷରୁ ମନୋହର ଶବର ଓ ଜୟମାଳା ବାରିକ ଯୋଗଦାନ କରି ସହଯୋଗ କରିଥିଲେ ।