-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
28-Jan-2026
ସୋନପୁର(ପ୍ରେରଣା ଖବର ): ସୋନପୁର ବ୍ଲକ ଭୀମଭୋଇ ଙ୍କ ସାଧନା ସିଦ୍ଧି ଓ ସମାଧି ପୀଠ ଖଲିଆପାଲି ପବିତ୍ର ମାଘମେଲା ଅବସରରେ ଫେବୃୟାରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କାର୍ଯ୍ୟକ୍ରମ ରହିଛି l ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି l ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପହଞ୍ଚି ପାଦୁକା ମନ୍ଦିର ଓ ଭୀମ ଭୋଇଙ୍କ ସମାଧି ଦର୍ଶନ କରି ୨କ୍ଵିଣ୍ଟାଲ ୧୨କେଜି ର ଘଣ୍ଟି ର ଉଦଘାଟନ କାର୍ଯ୍ୟକ୍ରମ ରହିଛି l ଏହି ପରିପ୍ରେକ୍ଷିରେ ମଙ୍ଗଳବାର ଦିନ ଅପରାହ୍ଣ ୪ ଟl ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ସମାଧିପୀଠ ଟ୍ରଷ୍ଟ ର ଅଧ୍ୟକ୍ଷ ନୃପରାଜ ସାହୁ ଖାଲିଆପାଳି ସ୍ଥିତ ସମାଧୀପୀଠକୁ ପହଁଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି l ଆଜି ପୁଣି ପ୍ରଶାସନିକ ଅଧିକାରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ କେ ହରିପ୍ରସାଦ, ଡି ଆଇ ଭି ଡି ଏସ ପି ବୈକୁଣ୍ଠନାଥ ବିହାରୀ ସେଠ, ଭାରପ୍ରାପ୍ତ ଏସ ଡି ପି ଓ ରେଣୁକା ସୁନା, ଲଛିପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ ଖଲିଆପାଲି କୁ ଗସ୍ତ କରି ମୂଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ସଫଳ କରିବା ପାଇଁ ଟ୍ରଷ୍ଟ ବୋର୍ଡ ସଭାପତି ଛତ୍ରଧାରୀ ଅଗ୍ରୱାଲ, ସମ୍ପାଦକ ଜନ୍ମେଜୟ ସ୍ବାଇଁ, ମାଘମେଳା କମିଟି ର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତୀ, ଅପର୍ଣ୍ଣା ଗ୍ରାମ୍ୟ କମିଟିର ସଭାପତି ମହାଦେବ ବଗର୍ତ୍ତି ସହ ଆଲୋଚନା କରିଥିଲେ l