-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
23-Jan-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ଗ୍ରାମର ମଶାଣି ପଦା ନିକଟରେ ଚାଲିଛି କୁକୁଡା ଲୋଡ଼ଇ ଓ ଖୁଡଖୁଡି ଜୁଆ ଖେଳ। କିଛି ଅସାଧୁ ବ୍ୟକ୍ତି କୁକୁଡ଼ା ଲଢେ଼ଇ, ଖୁଡଖୁଡି, ଜୁଆ ଖେଳ ମାଧ୍ୟମରେ ନିରୀହ ଆଦିବାସୀଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏହି କୁକୁଡ଼ା ଲଢେ଼ଇରେ ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁ ଲୋକ କୁକୁଡ଼ା ଲଢେ଼ଇ ଖେଳ ଖେଳିବାକୁ ଆସିଥାନ୍ତି । ମଙ୍ଗଳବାର ଏବଂ ଶୁକ୍ରବାର ଅପରାହ୍ନ 3 ଘଣ୍ଟ ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ୟ୍ଯନ୍ତ କୁକୁଡ଼ା ଲଢେ଼ଇ ଚାଲୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ପାପଡାହାଣ୍ଡି ବ୍ଲକ ଠାରୁ ୭ କିଲୋମିଟର ଦୂରରେ ଏହି କୁକୁଡ଼ା ଲଢେ଼ଇ ସ୍ଥାନ କିନ୍ତୁ ପୋଲିସ ବିଭାଗକୁ କୌଣସି ସୂଚନା ନାହିଁ। କୁକୁଡ଼ା ଲଢେ଼ଇ ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ଯୋଗୁଁ ଥମିବା ବଦଳରେ ବଢ଼ିବାକୁ ଲାଗିଛି।ଏହି କୁକୁଡ଼ା ଲାଡେଇ ଖେଳକୁ ବନ୍ଦ କରିବା ପିଇଁ ସାଧାରଣ ରେ ଦାବି ହେଉଛି ଏହାର ମୁଖ୍ୟ କାରଣ ନିକଟରେ ଏକ ଖେଳ ପଡିଆ ଏବଂ ମଶାଣି ରହିଛି ତତ ସାଙ୍ଗେ ସାଙ୍ଗେ ସେହି ସ୍ଥାନରୁ ମାତ୍ର 1କିଲୋମିଟର ବ୍ୟବଧାନ ରେ ନିରୀହ ଆଦିବାସୀ ଆଦିବାସୀ ଭାଇଭଉଣୀଙ ଜାନଵସତି ରହିଛି।
*ବିଦ୍ର:- ରାସ୍ତା ପାର୍ଶ୍ୱରେ ଖୁଲମଖୁଲା କୁକୁଡ଼ା ଲଡେଇ ଚାଲିଥିବା ହେତୁ,ପୋଲିସ ପ୍ରଶାସନ ଦୃଷ୍ଟଦେବାକୁ ସାଧାରଣରେ ଦାବି ହେଉଛି*