-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME   ଜିଲ୍ଲା

ତୃତୀୟ ବିଳାସୁଣୀ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

22-Jan-2026



ବିଳାସୁଣୀ/ ଭୁବନେଶ୍ବର(ପ୍ରେରଣା ଖବର): କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତୃତୀୟ ବିଳାସୁଣୀ ମହୋତ୍ସବ-୨୦୨୬ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଚଳିତ ଜାନୁୟାରୀ ମାସ ୩୦ ରୁ ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି କ୍ରିଡ଼ା ଓ ସାଂସ୍କୃତିକ   ମହାପର୍ବ, ଗୋପବନ୍ଧୁ ଏଭର ଗ୍ରୀନ୍ ଆଞ୍ଚଳିକ ଯୁବ ପରିଷଦ ଓ ଭଲ୍ଯୁଣ୍ଟାରି ଏମ୍ପାୱାରମେଣ୍ଟ ଡେଭଲପମେଣ୍ଟ ଏଣ୍ଡ ଆକ୍ସନ (ଭେଦା)ର ମିଳିତ ସହଯୋଗରେ ବିଳାସୁଣୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଅବସରରେ ଆଞ୍ଚଳିକ,ପ୍ରଦେଶ ଏବଂ ଜାତୀୟ ସ୍ତରର ଫୁଟବଲ ଦଳମାନଙ୍କର ଆକର୍ଷଣୀୟ କ୍ରିଡ଼ା ପ୍ରଦର୍ଶନ ଦେଖିବାକୁ ମିଳିବ। ଏହା ସାଙ୍ଗକୁ ବିଶିଷ୍ଟ କଳାକାରମାନଙ୍କର ମର୍ମସ୍ପର୍ଶୀ ସଙ୍ଗୀତ ଏବଂ ମଜାଦାର ହାସ୍ୟ ଅଭିନୟ ମଧ୍ୟ ସ୍ଥାନ ପାଇବ ।

ତୃତୀୟ ବିଳାସୁଣୀ ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବରେ ଜାନୁୟାରୀ ୩୦ ତାରିଖରେ ଶ୍ରୀ ଗୋପାଳଜୀଉ ଏକ ଦିବସୀୟ ଆଞ୍ଚଳିକ ଗ୍ରାମ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଥିବା ବେଳେ ୩୧ ତାରିଖ ଓ ଫେବୃୟାରୀ ୧ ତାରିଖରେ ଦୁଇଦିନିଆ ମହାଦେବ ମହାପାତ୍ର ସ୍ମାରକୀ ଆନ୍ତଃ ଜିଲ୍ଲା ଓ ଆନ୍ତଃ ରାଜ୍ଯ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ।  ବହୁ ଚର୍ଚ୍ଚିତ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ଯ ତଥା ଜାତୀୟ ସ୍ତରର ପ୍ରତିଭାବାନ ସୁଦକ୍ଷ ଆଠଟି ଦଳ ସମ୍ମାନସ୍ପଦ ମହାଦେବ ମହାପାତ୍ର ଟ୍ରଫି ପାଇଁ ସେମାନଙ୍କର ଜାଦୁଗରୀ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଏହି ଉତ୍ସବରେ ପ୍ରଖ୍ୟାତ ଗାୟିକା ଇରା ମହାନ୍ତି ଏବଂ ସୁନାମଧନ୍ଯ ହାସ୍ୟରସ ଅଭିନେତା ପ୍ରଜ୍ଞା-ଶଙ୍କର ଯୋଡ଼ି ସେମାନଙ୍କଉ ସୃଜନଶୀଳ କଳା ଚାତୁର୍ଯ୍ୟ ଦ୍ୱାରା ଦର୍ଶକମାନଙ୍କୁ ଅଭିଭୂତ କରିବେ।

ଅଧ୍ୟକ୍ଷ ଚକ୍ରଧର ରାଜ ,ସଭାପତି ବିଷ୍ଣୁ ଚରଣ ଡାଳୁଆ ଏବଂ ସମ୍ପାଦକ ଲଲାଟେନ୍ଦୁ ସାହୁଙ୍କ ନେତୃତ୍ବରେ  ଗୋପବନ୍ଧୁ ଏଭର ଗ୍ରୀନ୍ ଆଞ୍ଚଳିକ ଯୁବ ପରିଷଦ ଗ୍ରାମାଞ୍ଚଳରେ କ୍ରୀଡ଼ାକୁ ଯୁବ ସମ୍ପ୍ରଦାୟ ମଧ୍ୟରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି।  ସଭାପତି ବଦ୍ରିନାରାୟଣ ମହାପାତ୍ରଙ୍କ   ବଳିଷ୍ଠ ନେତୃତ୍ୱରେ 'ଭେଦା' ଓଡ଼ିଶାର ଗ୍ରାମାଞ୍ଚଳରେ ଅସହାୟ ଜନସାଧାରଣଙ୍କ ଆର୍ଥିକ ବିକାଶ, ସାମାଜିକ କଲ୍ୟାଣ, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ସଂସ୍କୃତି , କ୍ରୀଡ଼ା ଏବଂ ଧାର୍ମିକ କାର୍ଯ୍ୟକଳାପର  ପ୍ରୋତ୍ସାହନ ନେଇ ଖୁବ୍ ଉତ୍ତମ ଯୋଗଦାନ ଦେଇ ଆସୁଛି।

ତୃତୀୟ ବିଳାସୁଣୀ ମହୋତ୍ସବରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ , ପ୍ରତିଷ୍ଠିତ ରାଜନୈତିଜ୍ଞ, ବିଶିଷ୍ଟ ସମାଜସେବୀ କ୍ରୀଡ଼ା ବ୍ୟକ୍ତିତ୍ୱ, ବରିଷ୍ଠ ପ୍ରଶାସକ, ସାଂସ୍କୃତିକ ତାରକା ଏବଂ ଅଗ୍ରଣୀ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଭାରେ ଆମନ୍ତ୍ରିତ ଅତିଥିମାନେ ଏକ ରଙ୍ଗାରଙ୍ଗ  ସ୍ମରଣିକା ଉନ୍ମୋଚନ କରିବେ। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ବିଳାସୁଣୀ ସମ୍ମାନ ପ୍ରଦାନ କରାଯିବ ବୋଲି ମହୋତ୍ସବର ମୁଖ୍ୟ ଉଦ୍ୟୋକ୍ତା ବଦ୍ରିନାରାୟଣ ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like