-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
22-Jan-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ରେ ଆଜି ଧୁମଧାମରେ ପାରମ୍ପରିକ ଦୁଲାରଦେଇ ବଜାର ବା ପୂଜା ପାଳନ କରାଗଲା । ଆଦିବାସୀ ପର୍ବ ମାଘ ମଣ୍ଡେଇ ପୂର୍ବ ହାଟ ଅର୍ଥାତ ମାଘ ମଣ୍ଡେଇ ରୋ ସାତଦିନ ପୂର୍ବେ ପାରମ୍ପରିକ ରୀତିନୀତିରେ ଦୁଲାର ଦେଇ ଗୁଡି ରେ ପୂଜାର୍ଚନା ପରେ ସିରା , ପଲଙ୍କି , ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ଗୁରୁବାର ହାଟରେ ବୁଲିଥିଲେ । ଆଜି ଠାରୁ ଆଗାମୀ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଂଚଳ ରହିବ । ଆସନ୍ତା ବୁଧବାର ଦିନ ବଡ଼ତେବତା ବା ଗ୍ରାମର ମୁଖ୍ୟ ଇଷ୍ଟଦେବ ବାବା ଭୈରବ ଦେବତାଙ୍କ ପୂଜା ହେବ ଏବଂ ଜାନୁଆରୀ ୨୯ ତାରିଖ ଗୁରୁବାର ଦିନ ଡାବୁଗାଁରେ ମାଘ ମଣ୍ଡେଇ ପାଳିତ ହେବ ।