-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ପଟ୍ଟାମୁଣ୍ଡାଇ(ପ୍ରେରଣା ଖବର) : ଅଟୋ ଚାଳକଙ୍କୁ ଅପହରଣ କରି ନେଉଥିବା ବେଳେ ଉଦ୍ଧାର କଲା ପୋଲିସ । ଅଟୋ ଚାଳକଙ୍କୁ ଉଠାଇ ନେବା ସହିତ ନିସ୍ତୁକ ମାଡ ମାରିଛନ୍ତି ଦୁର୍ବୃତ୍ତ । ଅପହୃତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଗୁପ୍ତି ପଞ୍ଚାୟତ ସିଙ୍ଗଡାପାଳ ଗାଁର ଅଟୋ ଚାଳକ ଅମାଲ ଗାଇନଙ୍କୁ ଉଠାଇ ନେବା ସହିତ ନିସ୍ତୁକ ମାଡ ମାରିଛନ୍ତି ଦୁର୍ବୃତ୍ତ । ନିଜ ଅଟୋ ନେଇ ଯାଉଥିବା ବେଳେ ବଧି ଛକ ନିକଟରୁ ଉଠାଇ ନେଇଥିବା ସୂଚନା ମିଳିଛି । ପୋଲିସକୁ ଦେଖି ଅପହରଣକାରୀ ଖସି ଯାଇଥିବା ବେଳେ ଅପହୃତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି ରାଜନଗର ପୋଲିସ ।