-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
17-Jan-2026
ବଲାଙ୍ଗୀର (ପ୍ରେରଣା ଖବର): ସ୍ଥାନୀୟ ତହସିଲ ଅଫିସ ପରିସରରେ ବଲାଙ୍ଗୀର ଆଇନଜୀବୀ ମାନଙ୍କ ଦ୍ଵାରା ନୁଆ ବର୍ଷ ପାଳନ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା l
ବଲାଙ୍ଗୀର ର ଓକିଲ ମାନଙ୍କ ମଧ୍ୟରେ ଏକତା କିପରି ବଜାୟ ରହିପାରିବ ସେ ନେଇ ଆଲୋଚନା ହୋଇଥିଲା l ଆଇନଜୀବୀ ସୁମିତ ଖୁଆସ, ସଂଜୀବ ହୋତା, ଗୋବିନ୍ଦ ମହାନ୍ତି, ସୁରେନ୍ଦ୍ର ମିଶ୍ର ଏବଂ ବିଜୟ ରଥଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସମସ୍ତ ସଭ୍ଯ/ସଭ୍ୟା ଯୋଗ ଦେଇଥିଲେ l