-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
17-Jan-2026
ବରପାଲି (ସୁଦାମ ଦୀପ)
ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ବ୍ଲକର ବାବୁପାଳି ଗ୍ରାମରେ ଗ୍ରାମୀଣ ଯୁବକମାନଙ୍କ ଆୟୋଜନରେ ୭ମ ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ କ୍ରିକେଟ୍ ପ୍ରେମୀ ଦର୍ଶକଙ୍କ ଭିଡ଼ ଜମିଥିଲା।
ଏହି କ୍ରିକେଟ୍ ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ରୋମାଞ୍ଚକର ମ୍ୟାଚ୍ଗୁଡ଼ିକ ପରେ ସୁଜୀୟା ଦଳ ଓ ସାଧୂପାଳି ଦଳ ଫାଇନାଲ ମ୍ୟାଚ୍ରେ ପ୍ରବେଶ କରିଥିଲେ।
ଫାଇନାଲ ମ୍ୟାଚ୍ରେ ସାଧୂପାଳି ଦଳ ପ୍ରଥମେ ବ୍ୟାଟିଂ କରି ୭ ଓଭରରେ ୮୩ ରନ୍ ସଂଗ୍ରହ କରିଥିଲେ। ଏହା ପରେ ସୁଜୀୟା ଦଳ ଦୃଢ଼ ମନୋବଳ ସହିତ ଖେଳ ଆରମ୍ଭ କରି ୪ ଓଭର ୧ ବଲ୍ରେ ୮୬ ରନ୍ କରି ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲେ।ସୁଜୀୟା ଦଳର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦଳର ହେଡ୍ କୋଚ୍ ରବୀନ୍ଦ୍ର ବାଗ, ଅଧିନାୟକ ଆକାଶ ନାଏକ ଓ ଉପ-ଅଧିନାୟକ ସ୍ୱାଧୀନ ପତ୍ରଙ୍କ ନେତୃତ୍ୱକୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଥିଲେ।ମ୍ୟାଚ୍ର ନାୟକ ଭାବେ ସୁଜୀୟା ଦଳର ଗଣେଶ ରାଉଥ ଅତ୍ୟଧିକ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୧୩ଟି ବଲ୍ରେ ୫୨ ରନ୍ କରିଥିଲେ ଏବଂ ସେ ‘ଶ୍ରେଷ୍ଠ ଖେଳାଳି (Man of the Match)’ ଭାବେ ସମ୍ମାନିତ ହୋଇଥିଲେ।
ପ୍ରତିଯୋଗିତା ଶେଷରେ ଆୟୋଜକ ସମିତି ପକ୍ଷରୁ ବିଜୟୀ ଓ ଉପବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳରେ କ୍ରିକେଟ୍ ପ୍ରତି ଆଗ୍ରହ ବୃଦ୍ଧି ଓ ଯୁବପିଢ଼ିଙ୍କ ପ୍ରତିଭା ଉନ୍ମୋଚନ ପାଇଁ ଏପରି ଆୟୋଜନକୁ ଅଞ୍ଚଳବାସୀ ଭାରି ସ୍ୱାଗତ କରିଥିଲେ।