-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
11-Jan-2026
ଯାଜପୁର (ବିଦ୍ୟାଧର ଦାସ): ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତର ଲାଲବାଗ କୂଳସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳି ଯାଇଛି ଗ୍ରାମର ବିଷ୍ଣୁ ଚରଣ ଯେନା ଓ ରାକେଶ କୁମାର ଯେନାଙ୍କ ଚ଼ାଳଘର ସମ୍ପୂର୍ଣ୍ଣ ଜଳି ଯାଇଛି । ସୂଚ଼ନା ମୁତାବକ ତା-୬/୧ ମଙ୍ଗଳବାର ମଧ୍ୟରାତିରେ ସଟସର୍କିଟ ଯୋଗୁଁ ନିଆଁ
ଲାଗିଯାଇଥିଲା । ନିଆଁ ର ପ୍ରଖର ଏତେ ଜୋର୍ ଥିବାରୁ ୩ ବଖରା ଘରେ ଥିବା କୌଣସି ଜିନିଷ ଉଦ୍ଧାର କରାଯାଇ ନଥିଲା. ଦଶରଥପୁର ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ମିଳିତ ଭାବେ ନିଆଁକୁ ଆୟତ୍ତ କରାଯାଇଥିଲା । ସେ ଦୁଇଜଣ ବ୍ୟକ୍ତି ଦିନ ମଜୁରିଆ ଓ ଭୂମିହୀନ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l