-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Dec-2025
(ରାମନାଥ ପଣ୍ଡା)
ଯୁବ ପୀଢ଼ି ତଥା ଖେଳାଳିଙ୍କୁ ଉତ୍ସାହିତ କରି ମନୋବଳ ଦୃଢ଼ କରିବା ନିମିତ୍ତ ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କାମପୁର ଖେଳ ପଡ଼ିଆରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ଅର୍କ କେଶରୀ ସିଂ ଦେଓ,ସରପଂଚ ଜୟ ଶ୍ରୀ ପଟେଲ,ସମିତି ସଭ୍ୟ ଅମିତ୍ ସିଂ ଦେଓ, ଏମ ପି ନୋମିନି ଖଡ଼ିଆଳ ଜ୍ଞାନ ମେଘ ଓ ବୋଡ଼େନ ନୋମିନି ଅବନୀ ରଞ୍ଜନ ଯୋଶୀ ତଥା ବି ଜେ ପି ବରିଷ୍ଠ କାର୍ଯ୍ୟକର୍ତ୍ତାପି ଦେବ ଦେବ ସିଂ ଦେଓ,ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀ,ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର,ସଂଯୋଜକ ପୃଥ୍ୱୀରାଜ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।ରାତ୍ରାନନ୍ଦ ମନହୀରା ମଞ୍ଚ ପରିଚାଳନା କରିଥିଲେ।୮ ଟି କ୍ରିକେଟ ଦଳ ମଧ୍ୟରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଫାଇନାଲ ମ୍ୟାଚଟି ଲାଞ୍ଜି କ୍ରିକେଟ ଦଳ ଓ କାମ ପୁର କ୍ରିକେଟ ଦଳ ମଧ୍ୟରେ ଖେଳା ଯାଇଥିଲା ।ଲାଞ୍ଜି ଦଳ ୱିନର କପ୍ ଓ କାମପୁର ଦଳ ରନର୍ସ କପ୍ ପ୍ରାପ୍ତ କରିଥିଲେ ।ସମସ୍ତ ଖେଳାଳିଙ୍କୁ ସାଂସଦ ମାଳବିକା ଦେବୀ ଉତ୍ସାହିତ କରି ଆଗେ ବଢ଼ିବାକୁ ଆହ୍ଵାନ କରିଥିଲେ ।ବି ଜେ ପି ଦଳର ଶହ ଶହ କାର୍ଯ୍ୟକର୍ତ୍ତା,ସ୍ଥାନୀୟ ଯୁବଗୋଷ୍ଠୀ ମହୋତ୍ସବରେ ସାମିଲ ଥିଲେ ।