-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅନୀତା ନାୟକ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀମତୀ ନାୟକ କୋରାପୁଟ ର ବୈପାରୀଗୁଡା ରେ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ସରକାର ଙ୍କ ବଦଳି ନିୟମ ହେତୁ ଆଗଲପୁର ଥାନା କୁ ବଦଳି ହୋଇଛନ୍ତି । ଗତ 2017 ମସିହାରେ ପୋଲିସ ବାହିନୀ ରେ ନିଯୁକ୍ତ ହୋଇଥିଲେ ଓ ତାଙ୍କ ଚାକିରି 7 ବର୍ଷ ହୋଇଥିବା ଅଧିକାରୀ ଙ୍କ ଠାରୁ ପ୍ରକାଶ ।ଉକ୍ତ ଅଧିକାରୀ ଏହି ଅଞ୍ଚଳ ରେ ଶାନ୍ତି ,ଶୃଙ୍ଖଳା ରଖିବା ସହ ଅପରାଧ ଓ ଅପରାଧୀ ଙ୍କ କାର୍ଯ୍ୟନୁଷ୍ଠାନ ନେବେ ବୋଲି ନୂତନ ଥାନାଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ସୁଶାସନ ପାଇଁ ଜନସାଧାରଣ ଙ୍କ ସହଯୋଗ ର ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି l ଦୁଇବର୍ଷ 5 ମାସ ରହିଥିବା ଗତ ଥାନା ଅଧିକାରୀ ବାସୁଦେବ ଭୋଇ ବୌଦ୍ଧ ଜିଲ୍ଲା କୁ ବଦଳି ହୋଇଥିବା ସୂଚନା ଦେଇଛନ୍ତି l