-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Dec-2025
ଯାଜପୁର(ବିଦ୍ୟାଧର ଦାସ): ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଉତ୍ସବ ବକୁଳ ଅମାବାସ୍ୟା ଅବସରରେ ମହା ସମାରୋହ ରେ ପାଳିତ ହୋଇଯାଇଛି । ବଢ଼ି ଭୋରୁ ପ୍ରଭୂଙ୍କ ମଂଗଳ ଆଳତୀ, ମହାସ୍ନାନ, ପୂଜା ହୋମ, ବିଷ୍ଣୁ ସହସ୍ର ନାମ, ଗୀତା ପାଠ ଓ ସଂକୀର୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଷୋଡଶ ଉପଚାର ପୂଜା,ବିଶ୍ୱ ଶାନ୍ତି ଯଜ୍ଞ ସହିତ ଧ୍ୱଜ ଆରୋହଣ ନିତିକାନ୍ତି ସଂପନ୍ନ ହୋଇଥିଲା। ଏହି ଅବସରରେ
ଶହଶହ ସଂଖ୍ୟକ ଶ୍ରଦ୍ଧାଳୁ ବରାହ ଜୀଉଙ୍କ ଦର୍ଶନ କରିବା ସହିତ ପୂଜାର୍ଘ୍ୟ ବାଢ଼ିଥିଲେ। ପାରମ୍ପରିକ ରୀତିନୀତି ଅନୁସାରେ ଯଜ୍ଞ ବରାହଙ୍କୁ ପୂଜା କରାଯିବା ସହିତ ମନ୍ଦିର ଉପରେ ଧ୍ୱଜା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା । ପ୍ରଭୁ ଦାରୁ ଗଛର ବକଳରୁ ନିର୍ମିତ ହୋଇଥିବାରୁ ଏହି ଅମାବାସ୍ୟାର ନାମ ବକୁଳ ଅମାବାସ୍ୟା ବୋଲି କୁହାଯାଏ। ସେଥିପାଇଁ ବକୁଳ କଢ଼ ଠାକୁରଙ୍କୁ ପୂଜା କରି ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥାଏ ।ଏହି ଅବସରରେ ଭକ୍ତ ମାନଙ୍କୁ ପ୍ରସାଦ ବଂଟନ କରାଯାଇଛି। ସନ୍ଧ୍ୟାରେ ମଧ୍ୟ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ନୈବିଦ୍ୟ ପ୍ରଦାନ କରାଯିବା ସହିତ ଭଜନ ସଂଧ୍ୟାର ଆୟୋଜନ କରାଯାଇଛି।