-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Nov-2025
ବଲାଙ୍ଗିର: ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଳିଷ୍ଟସ୍ (ଓଡ଼ିଶା), ବଲାଙ୍ଗିର ଶାଖାର ପ୍ରାନ୍ତୀୟ ସମାବେଶ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏସ୍ ୟୁ ଜେ ବଲାଙ୍ଗୀର ଶାଖାର ସଭାପତି ଶରତ କୁମାର ମହାକୁର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ତଥା ପରିଚାଳନାରେ ଅନୁଷ୍ଠିତ ଭବ୍ୟ ସମାବେଶରେ ବଲାଙ୍ଗିର ଜିଲ୍ଲା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା, ଯାଜପୁର, ଦେବଗଡ଼ ଜିଲ୍ଲାର ସକ୍ରିୟ ସଦସ୍ୟ, ସଭାପତି, ସମ୍ପାଦକ ତଥା ରାଜ୍ୟ ପଦାଧିକାରୀ ମାନେ ଯୋଗ ଦେଇ । ଥିଲେ। ଏସ୍ ୟୁ ଜେ ବଲାଙ୍ଗୀର ଶାଖାର ସାଧାରଣ ସମ୍ପାଦକ ରଘୁ ନନ୍ଦନ ସିଂହ,
ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ସମାଜରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ସାମ୍ବାଦିକ ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅରବିନ୍ଦ ଓଝା ଯୋଗଦେଇ ମୂଲ୍ୟବୋଧ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଏହି ଆଲୋଚନାରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ର ଜର୍ଣ୍ଣାଲିଜମ୍ ବିଭାଗର ଛାତ୍ରୀ ମାନେ ଭାଗ ନେଇଥିଲେ l ଏହି ଅବସରରେ ସାମ୍ବାଦିକ ବଳରାମ ମିଶ୍ର, ଚନ୍ଦ୍ରଭାନୁ ମୌଲାନା, ପ୍ରବୀଣ ପୁରୋହିତ, ରଶ୍ମିରଞ୍ଜନ ପଟ୍ଟନାୟକ, ଖବରକାଗଜ ବିତରକ ଜୟପ୍ରକାଶ ମଟାରୀ, ଡାକ୍ତର ବେଣୁଧର ପାଣ୍ଡେ, ଉଦ୍ୟୋଗୀ ମହିଳା ମୀରା ଦେବୀ କେଜରିୱାଲ ଓ ସୁଜାତା ଅଗ୍ରୱାଲଙ୍କୁ ଏସ୍ ୟୁ ଜେ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସମାବେଶର ମୁଖ୍ୟ ଆକର୍ଷଣ ତଥା ସଂଘର ବଳିଷ୍ଠ ନେତୃତ୍ୱ ବହନ କରିଥିବା ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଲିଷ୍ଟ (ଓଡ଼ିଶା)ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ସାମ୍ବାଦିକ ଏକତା, ସୁରକ୍ଷା, ପେନସନ ଓ ଵୀମାରାଶି ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନା କରିଥିଲେ।ଜିଲ୍ଲା ରାଜ୍ୟ ଉପ ସଭାପତି ମହେନ୍ଦ୍ର କୁମାର ଦର୍ଜି ଅତିଥି ପରିଚୟ ପ୍ରଦାନ କରିଥିଲେ।
ସମାବେଶରେ ଅନ୍ୟତମ ଅତିଥି ଭାବେ ଜାତୀୟ ସାଧାରଣ ସମ୍ପାଦକ ଡ.ଚିନ୍ତାମଣି ପାଢ଼ୀ,ରାଜ୍ୟ ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶି ଭୂଷଣ ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ
କୁମାର ପାଢ଼ୀ,ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ,ରାଜ୍ୟ ଟ୍ରିବୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଆଜିର ଆହ୍ଵାନ ହେବା ଉଚିତ ବୋଲି କହିଥିଲେ। ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍ ପାଇଁ ସରକାର ନୂତନ ଆଇନ ପ୍ରଣୟନ କରିବାକୁ ନିବେଦନ କରିଥିଲେ l ସାମ୍ବାଦିକ ମାନେ ସତ୍ୟ ଓ ନିର୍ଭୀକ ହୋଇ ଖବର ପରିବେଷଣ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ l ଏହି ଅବସରରେ ଏସ୍ ୟୁ ଜେ ର ନୂତନ ସଭ୍ଯ ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ରଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ପଧାନ, ରାଜେଶ ପାଣିଗ୍ରାହୀ, ସୁଧୀର ମିଶ୍ର, ନିରୋଜ ମିଶ୍ର, ସତ୍ୟ ନାରାୟଣ(ବଣ୍ଟି) ମିଶ୍ର, ସନ୍ତୋଷ ଠାକୁର, ବିନୋଦ ଦୀପ, ମାନସୀ ମିଶ୍ର, ରାଧାକୃଷ୍ଣ ମିଶ୍ର ପ୍ରମୂଖ ସହଯୋଗ କରିଥିଲେ l ଏହି ଅବସରରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର କର୍ଣ୍ଣଲିଜମ୍ ଛାତ୍ରୀ ମାନଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇ ଥିଲା । ଶେଷରେ ମନୋରଞ୍ଜନ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।