-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||     

HOME   ଜିଲ୍ଲା

ସନ୍ଥକବିଙ୍କ ସମାଧିପୀଠର ବିକାଶ ପାଇଁ ଡିପିଆର ପ୍ରସ୍ତୁତି ପାଇଁ ପହଞ୍ଚିଲେ ଟେକ୍ନିକାଲଟିମ

27-Nov-2025



ବଲାଙ୍ଗୀର(ପ୍ରେରଣା ଖବର)-ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସମାଧିପୀଠର ବିକାଶ ପାଇଁ ଜିଲ୍ଲାପ୍ରଶାସନ ତତ୍ପର ହୋଇଛି । ଗତ ଅଗଷ୍ଟ ୧୫ ତାରିଖଦିନ ରାଜ୍ୟ ଭାଷା,ସାହିତ୍ୟ,ସଂସ୍କୃତି ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଖଲିଆପାଲି ପରିଦର୍ଶନ ସମୟରେ ଏହି ପୀଠର ବିକାଶ ପାଇଁ ପ୍ରତିଶୃତି ଦେଇଥିଲେ । ରାଜ୍ୟସରକାର ଙ୍କ ନିର୍ଦ୍ଦେଶରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ,ନୃପରାଜ ସାହୁ ଏବେ ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଭୁବନେଶ୍ୱରରୁ ଏକ ଆର୍କିଟେକ୍ଟ ଦଳକୁ ଡକାଇ କିଭଳି ବିକାଶ କାମ କରାଯାଇପାରିବ ସେନେଇ ପ୍ରସ୍ତୁତି ଚଳାଇଛନ୍ତି । ଆଜି ନିଜେ ଜିଲ୍ଲାପାଳ ଡ.ସାହୁ ସୁବର୍ଣ୍ଣପୁର ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ବିଜନକୁମାର ଜେନାଙ୍କ ସହିତ ଏହି ଟେକ୍ନିକାଲ ଟିମକୁ ନେଇ ସମାଧିପୀଠ ପରିଦର୍ଶନ କରିଛନ୍ତି । ଏହି ଟିମ ସନ୍ଥକବିଙ୍କ ସମାଧିପୀଠ ସମେତ ଗ୍ରାମର କିଛିଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପାନ୍ଥନୀବାସ,ମହିମାସାଧୁଙ୍କ ପାଇଁ ଧୂନୀମନ୍ଦିର ଓ ଆଶ୍ରୟ ସ୍ଥଳୀ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଇବାକୁ ଡିପିଆର ପ୍ରସ୍ତୁତ ଚାଲିଛି । ଜିଲ୍ଲାପାଳଙ୍କ ସହିତ ଏହି ଟିମର ପରିଦର୍ଶନ ସମୟରେ ଭୀମଭୋଇ ସମାଧି ପୀଠର ମୁଖ୍ୟ ପରିଚାଳକ ସନ୍ୟାସୀ ବାବା, ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,ସଂପାଦକ ଜନ୍ମେଜୟ ସ୍ୱାଇଁ ତଥା ଅନ୍ୟାନ୍ୟ ଟ୍ରଷ୍ଟ ସଭ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ହେଉଛି ସନ୍ଥକବି ଭୀମ ଭୋଇଙ୍କର ସାଧନା,ସିଦ୍ଧି ଓ ସମାଧିପୀଠ। ସନ୍ଥକବି ଏଠାରେ ସାଧନାକରି ସିଦ୍ଧିଲାଭ କରିଥିଲେ ଓ ଶେଷରେ ସମାଧିସ୍ଥ ମଧ୍ୟ ହୋଇଥିଲେ । ୧୮୭୭ ମସିହାରୁ ସେ ଏଠାରେ ମହିମାଆଶ୍ରମ ସ୍ଥାପନ କରି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମହିମାଡାକ ଦେଉଥିଲେ । ଜଗତ କଲ୍ୟାଣ ପାଇଁ ତାଙ୍କ ଲିଖିତ ମହାନବାଣୀଗୁଡିକ ଆଜି ସାରା ବିଶ୍ୱରେ ପ୍ରଚାରିତ ହେଉଛି । ତାଙ୍କର ସେହି ମହାନକୃତି ସ୍ତୁତିଚିନ୍ତାମଣୀର ମହାନବାଣୀ “ମୋ ଜୀବନପଛେ ନର୍କେପଡି ଥାଉ,ଜଗତ ଉଦ୍ଧାରହେଉ” ଏହି ପୀଠରୁ ଉଦଘୋଷିତ ହୋଇ ଥିଲା । ୧୮୯୫ ମସିହାରେ ସନ୍ଥକବୀଙ୍କର ମହାପ୍ରୟାଣ ପରେ ତାଙ୍କ ଭକ୍ତମାନଙ୍କ ପକ୍ଷରୁ ଏକ ଭବ୍ୟମନ୍ଦିର ନିର୍ମାଣ କରାଯାଇ ତାଙ୍କୁ ଏଠାରେ ସମାଧିସ୍ଥ କରାଯାଇଥିଲା । ତେବେ ପ୍ରାୟ ୧୦୦ ବର୍ଷ ପର୍ଯ୍ୟନ୍ତ ଅବହେଳିତ ହୋଇ ଏହିପୀଠ ପଡିରହିବା ପରେ ୧୯୯୯ ମସିହାରେ ଭୀମଭୋଇ ସମାଧିପୀଠ ଟ୍ରଷ୍ଟ ଗଠନକରି ଜିଲ୍ଲାପ୍ରଶାସନର ଉଦ୍ୟମରେ ଏହି ପୀଠର ବିକାଶ ଆରମ୍ଭ ହୋଇଥିଲା । ଏବେ ଆଗକୁ ଏହାର ଆହୁରି ବିକାଶ ହେବାକୁ ଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026

You Might Also Like