-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
26-Nov-2025
(ଡୋଲେଶ୍ୱର ବାଗ)
ନୂଆପଡା ଜିଲ୍ଲା ପିଏମ ଶ୍ରୀ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି। ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ବିଧାନ ଗୋଟିଏ ଦେଶ ଏବଂ ରାଷ୍ଟ୍ର ପାଇଁ ବିଧି ବ୍ୟବସ୍ଥା ର ଏକ ମାପ ଦଣ୍ଡ ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଦିନ ଭାରତ ସ୍ଵାଧିନତା ପରେ ସମ୍ବିଧାନ ପ୍ରଣୟନ ହୋଇ ଆବଶ୍ୟକ ନୀତି ନିୟମ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ କୁ ଆଧାର କରି ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ରୂପେ ନିଜ ଲକ୍ଷ ପଥରେ ଅଗ୍ରସର ହୋଇଅଛି। ନାଆଁ କେବେ ଥକି ଅଛି, ନାଆଁ ପଛ ଘୁଂଚା ଦେଇ ନାହିଁ। ନାଗରିକଙ୍କୁ ତାଙ୍କ ଅଧିକାର ପ୍ରଦାନ ଦିଗ ରେ ସଚେତନ ହୋଇଥିବା ବେଳେ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇ ତାଗିଦ୍ ମଧ୍ୟ କରିଅଛି। ଭାରତର ମାତା ର ପ୍ରତିଟି ନାଗରିକ ନିଜ ଦେଶ ମାଟି ପାଇଁ ବଳିଦାନ ଦେଇଥିବା ବେଳେ ଏହାର ସୁରକ୍ଷା ନେଇ ଅନେକ ଆଇନ ତିଆରି ହୋଇଅଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଅଧ୍ୟକ୍ଷତା, ନିଳୀମା ରାଣୀ ସାଗର, ଗୌରାଙ୍ଗ କୁମାର ସାହୁ, ସାଗର ବାଗ, ହେମଶଗର ଶବର, ପୁନମ୍ ମାଝୀ, ଗଜେନ୍ଦ୍ର ହରିଜନ, ସରସ୍ଵତୀ ରାଉତ, ପ୍ରମୁଖ ଯୋଗ ଦେଇଥିଲେ।