-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Nov-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଦ୍ଵିତୀୟ ଦିନ ଗସ୍ତରେ ସଚିବ ଡ ତିରୁମାଲା ନାଏକନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ର ଘୋଡ଼ାଖୁଣ୍ଟା ଏବଂ ଜୁନାପାଣି ପଞ୍ଚାୟତ ପରିଦର୍ଶନ ଲାରିଥିଲେ। ଏବଂ ଏସ ଏସ ଡି ଉଚ୍ଚ ଓ ମାଧ୍ୟମିକ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ପାଠପଢ଼ା, ପରୀକ୍ଷା, ପରିମଳ, କ୍ରୀଡ଼ା,ସ୍ଵାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ବ ଦେଲେ। ଡ଼ାବୁଗାଁ ରେ "ଏକ ପେଡ ମା କେ ନାମ" ର ବୃକ୍ଷ ରୋପଣ,ଅମୃତ ସରୋବର ଦେଖିଥିଲେ। କୁରୂପା ସ୍ଥିତ ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିଦର୍ଶନ ସହ ଜୁନାପାଣୀ ସ୍ଥିତ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ପଚାରିଥିଲେ। ଘୋଡାଘୁଣ୍ଟା ଅଙ୍ଗନବାଡି କେନ୍ଦ୍ର ଗସ୍ତ କରି ସୁଭଦ୍ରା ହିତାଧିକାରୀ ଏବଂ ଲକ୍ଷ ପତି ଦିଦି ଙ୍କୁ ଭେଟିଥିଲେ।ଏହି ସମୟରେ ଡାବୁଗାଁ ବ୍ଲକ ବିଡ଼ିଓ ଶରତ ମାଝୀ ସହ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।