-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2025
ବଲାଙ୍ଗୀର(ପ୍ରେରଣା ଖବର): ମୂଳନିବାସୀ ବହୁଜନ ମିଳିତ ମହାସଂଘ ଓ ନବସେତୁ ମାସିକ ପତ୍ରିକା ତରଫରୁ ୧୫୧ତମ ବିର୍ସା ମୁଣ୍ଡା ଜୟନ୍ତୀ ଧୁମଧାମରେ ପାଳିତ ହୋଇଛି। ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓବିସି ମଞ୍ଚ ସମ୍ପାଦକ ପ୍ରଦେଶୀ ବିଶ୍ୱାଳ ବିର୍ସା ମୁଣ୍ଡାଙ୍କୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବୋଲି ଘୋଷଣା କରି ହକ୍ ଓ ଅଧିକାର ପାଇଁ ତାଙ୍କ ଲଢ଼େଇକୁ ସ୍ମରଣ କରିଥିଲେ।
ଅନ୍ୟତମ ବକ୍ତା ଭାବେ ଇଞ୍ଜିନିୟର ଅଶୋକ ଚନ୍ଦ୍ର ମଲ୍ଲିକ, ଆଇନଜୀବୀ ନିଖିଳ ସୁନା, ନେପାଳେଶ୍ୱର ବୌଦ୍ଧ, ରୁପାଲି ମହାନନ୍ଦ, ଆଇନଜୀବୀ ଟଙ୍କଧର ଗଡ଼ତିଆ, ସିତାରାମ କୁମ୍ଭାର, ଦିନେଶ ନାଗ, ବିରେନ୍ଦ୍ର ରାୟ, ଡା. ଅର୍ଜୁନ ମୁଗ୍ରୀ,
ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ୱା, ନବସେତୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସୁନୀଲ ନନ୍ଦ, ସୁଧାଂଶୁ ହରପାଲ ଓ ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ସଭା ସଂଯୋଜନାର ଦାୟିତ୍ୱ କୁନାଲ ଗହିଇ ତୁଲାଇଥିଲେ।