-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
07-Nov-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ରେ ଦୂର୍ଗାମନ୍ଦିର ପ୍ରତିଷ୍ଠା ର ଉଦଘାଟନୀ ଉତ୍ସବ ମହା ସମାରୋହରେ ପାଳିତ । ଏଥିରେ ପୂଜା କର୍ତ୍ତା ଭାବେ ଆକାଶ ମିଶ୍ର ଓ ସହଧର୍ମିଣୀ ଇତିଶ୍ରୀ ମିଶ୍ର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏହା ନଭେମ୍ବର 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ l ଏହି ପୂଜାରେ ବ୍ରହ୍ମ ପୁର ରୁ ଆସିଥିବା ସୁଦର୍ଶନ ତ୍ରିପାଠୀ , ସନ୍ତୋଷ ତ୍ରିପାଠୀ , ବଳିପ୍ରସାଦ ଦାସ , ସରୋଜ ତ୍ରିପାଠୀ , ତାରିଣୀ ଚନ୍ଦ୍ର ତ୍ରିପାଠୀ , ବାଦଲ ତ୍ରିପାଠୀ , ବିଘେଂସ୍ୱର ଦାସ ଓ 25 ଜଣ ପୁରୋହିତ ପୂଜା ଦାୟିତ୍ୱ ରେ ରହି ପୌରୋହିତ୍ୟ କରିବେ ବୋଲି ସୂଚନା ମିଳିଛି l ଉକ୍ତ ଉତ୍ସବ ରେ ଡଙ୍ଗା , ଦୋଳି , ଟ୍ରେନ , ମୀନାବଜାର , କଂସ ଦରବାର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ର ରୁ ପ୍ରକାଶ । ଏହି କାର୍ଯ୍ୟକ୍ରମ ରେ ଗୋପ ପଣ୍ଡା , ରମାକାନ୍ତ ନାୟକ , ଗୋବିନ୍ଦ ଠାକୁର , ଗୋବିନ୍ଦ ସାହୁ , ଗଙ୍ଗା ଶଙ୍କର ସାହୁ , ଦିଲ୍ଲୀପ ମିଶ୍ର , ଧନଜୟ ମିଶ୍ର ପ୍ରମୁଖ ପୂଜା କମିଟି ଦାୟିତ୍ବ ସମ୍ପନ୍ନ କରିବେ ବୋଲି ସୂଚନା ଦେଇଛନ୍ତି l