-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
ସୋନପୁର (ପ୍ରେରଣା ଖବର) : ଡଙ୍ଗା ବୁଡି ବାପ ପୁଅ ମୃତ । ଯାତ୍ରା ଦେଖିବାକୁ ଯାଇ ଫେରିବା ବେଳେ ଅଘଟଣ । ସୋନପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ-ପୁଅଙ୍କ ମୃତ୍ଯୁ ହୋଇଛି l ମୃତକ ସୁଲେମାନ ଖାନ ଓ ପୁଅ ଅଜଲାନ ଖାନ୍ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବିନିକାର ସୁଲେମାନ ତାଙ୍କ ପୁଅ ଝିଅ ଓ ପଡୋଶୀ ଘରର ଏକ ମିହିର ନାମକ ପୁଅକୁ ଧରି ମହାନଦୀ ଭିତରେ ଚାଲିଥିବା ବାଇକାନି ମନ୍ଦିରକୁ ବାଇକାନି ଯାତ୍ରା ଦେଖିବାକୁ ଯାଇଥିଲେ l ସେମାନେ ଯାତ୍ରା ଦେଖି ଯାଇଥିବା ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ବ୍ରିଜର ଏକ ପିଲରରେ ପିଟି ହୋଇ ଡଙ୍ଗା ଓଲଟି ପଡ଼ିଥିଲା l ଡଙ୍ଗାରେ ଥିବା ନାଉରୀ ମିହିର ଓ ସୁଲେମାନଙ୍କ ଝିଅଙ୍କୁ ଆଣି କୂଳରେ ଛାଡି ସେଠାରୁ ଚାଲିଯାଇଥିଲେ l
ସୁଲେମାନ ଖାନ ପୁଅ ଅଜଲାନ ଖାନକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ l କିନ୍ତୁ ସେହି ସ୍ଥାନରେ ପାଣି ଅଧିକ ଥିଲା । ପହଁରା ଜାଣି ନଥିବାରୁ ପୁଅକୁ ଆଣିବା ସମୟରେ ସେ ବୁଡିଯାଇଥିଲେ l ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ସୁଲେମାନକୁ ପାଇଥିଲେ । ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ଖୋଜାଖୋଜି କରିବାର ତିନି ଘଣ୍ଟା ପରେ ପୁଅ ଅଜଲାନ ଖାନ ମଧ୍ଯ ଉଦ୍ଧାର ହୋଇଥିଲେ । ପାଣି ଭିତର ଏକ ପଥର ଭିତରେ ଫସି ରହିଯାଇଥିଲେ ଅଜଲାନ। ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ । ତାଙ୍କର ମଧ୍ଯ ମୃତ୍ଯୁ ହୋଇଯାଇଥିଲା l ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟା ଖେଳିଯାଇଛି l