-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀ) : ମିଳିଲାନି ଷ୍ଟ୍ରେଚର । ଶେଷରେ କାନ୍ଧରେ ବୁହାହେଲେ ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ମେଡିକାଲରେ ଏଭଳି ଚରମ ଅବହେଳାକୁ ନେଇ ଉଠିଛି ପ୍ରଶ୍ନ । ରୋଗୀ ଜଣକ ଅସ୍ଥିଶଲ୍ୟ ବିଭାଗର ହୋଇଥିବା ବେଳେ ଷ୍ଟ୍ରେଚର ମିଳିନଥିଲା ତାଙ୍କୁ । ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ କାନ୍ଧରେ ବୋହି ନେଇଥିଲେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ତେବେ ବାରମ୍ବାର ଏଭଳି ଘଟଣା ବୁର୍ଲା ମେଡିକାଲ ରେ ଦେଖିବାକୁ ମିଳୁଥିଲେ ମଧ୍ୟ ମେଡିକାଲ କର୍ତୃପକ୍ଷ କିନ୍ତୁ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ବୁର୍ଲା ମେଡିକାଲ ହେଉଛି ପଶ୍ଚିମ ଓଡିଶାର ବଡ ମେଡିକାଲ । ସାରା ପଶ୍ଚିମ ଓଡିଶା ବାସୀ ଏହି ମେଡିକାଲ ଉପରେ ଅନେକ ବିଶ୍ୱାସ ଓ ଆଶା ନେଇ ଏଠାକୁ ରୋଗୀ ସେବାପାଇଁ ଧାଇଁ ଆସିଥାଆନ୍ତି । ହେଲେ ବୁର୍ଲା ମେଡିକାଲ ରେ ଦିନକୁ ଦିନ ରୋଗୀ ସେବା ଜନିତ ସମସ୍ୟା ବଢିବାରେ ଲାଗିଛି ।
ରୋଗୀ ଆସିବା ସମୟରୁ ହିଁ ସମସ୍ୟା ଅନୁଭବ କରୁଛନ୍ତି । ବର୍ତ୍ତମାନ ମେଡିକାଲ ରେ ଷ୍ଟ୍ରେଚର୍ ଅଭାବ ଏକ ବଡ ସମସ୍ୟା ଭାବେ ଛିଡା ହୋଇଛି । ସବୁଠାରୁ ବଡ କଥା ହେଲା ମେଡିକାଲକୁ ଆସୁଥିବା ଅସ୍ଥିଶୈଲ୍ୟ ସମସ୍ୟା ରହିଥିବା ରୋଗୀ ମାନଙ୍କୁ ଏହି ଷ୍ଟ୍ରେଚର୍ ସମସ୍ୟା ରୋଗିଙ୍କ କଷ୍ଟ କୁ ଦୁଇଗୁଣିତ କରି ଦେଇଛି । ମେଡିକାଲରେ ଷ୍ଟ୍ରେଚର୍ ସଂଖ୍ୟା କମ୍ ଥିବା କାରଣ ରୁ ରୋଗୀଙ୍କୁ ଉପଯୁକ୍ତ ସମୟରେ ଷ୍ଟେଚର୍ ମିଳିପାରୁନାହିଁ ।
ଫଳରେ ରୋଗୀଙ୍କ ସହିତ ଆସିଥିବା ସମ୍ପର୍କିୟ ମାନେ ନିଜ କାନ୍ଧରେ ରୋଗୀକୁ ବୋହି ବୋହି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ବା କ୍ୟାଜୁଆଲ୍ଟି ରୁ ୱାର୍ଡ କୁ ଏବଂ ୱାର୍ଡ ରୁ ବିଭିନ୍ନ ରୋଗ ପରିକ୍ଷା କେନ୍ଦ୍ର କୁ ନେବା ଆଣିବା ସମୟରେ କାନ୍ଧରେ ବୋହି ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ମେଡିକାଲରେ ଏହି ଷ୍ଟ୍ରେଚର୍ ସମସ୍ୟା ଗୁରୁତର ରୁପ ନେଉଥିବା ବେଳେ କର୍ତୃପକ୍ଷ ଏଥିପ୍ରତି ଦ୍ରୁଷ୍ଟି ଦେବା ସହିତ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି ହେଉଛି ।