-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
16-Oct-2025
ସମ୍ବଲପୁର(ପ୍ରେରଣା ଖବର) : ଆଜି ମା ଝାଡେଶ୍ୱରୀ ସ୍ନାତକ ମହାବିଦ୍ୟାଳୟ ରେ ପୋଷଣ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଶ୍ରୀ ଅନିଲ ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭବରେ ଯୁକ୍ତ ୨ ସ୍ରୋତ ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପୁରୋହିତ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପୋଷଣ ଓ କୁ ପୋଷଣ ସମ୍ପର୍କରେ ସଚେତନ କରି ଏକ ସୁସ୍ଥ ଶରୀର କିପରି ସୁସ୍ଥ ମସ୍ତିଷ୍କ ପରିପୋଷକ ହୋଇ ଥାଏ ତାହା ଜଣାଇଥିଲେ l ଅନ୍ୟାନ୍ୟ ବରେଣ୍ୟ ଅତିଥି ଭବରେ ମହାବିଦ୍ୟାଳୟ ର ଗ୍ରନ୍ଥାଗାରିକ ଶ୍ରୀ ଲମ୍ବୋଦର ପାଢୀ,ଇତିହାସ ଅଧ୍ୟାପକ ଶ୍ରୀ ସଂସାର ପ୍ରଧାନ,ଓଡ଼ିଆ ଅଧ୍ୟାପକ ବଳଦେବ ମହାକୁଡ଼ ମଧ୍ଯ ଉପସ୍ଥିତ ରହି ଉଚିତ୍ ପୋଷକ ଯୁକ୍ତ ଖାଦ୍ୟ କିପରି ଆମ ନିଜ ବାଡି ବଗିଚାରେ ଉପଲବ୍ଧ ଯେପରିକିସଜନା,ଅମୃତଭଣ୍ଡା,ଶାଗ,ମାଣ୍ଡିଆ,ଡାଲି ଜାତୀୟ ଖାଦ୍ୟ ବିଷୟ ରେ ଅବଗତ କରି ଫାଷ୍ଟଫୁଡ ଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ l ସଭାରେ ଅନ୍ୟ ବିଭାଗ ର ଅଧ୍ୟାପକ ଅଧ୍ୟାପିକା ସଞ୍ଜୟ ସାହୁ,ସୁଦୀପ୍ତl ଦାଶ,ତନ୍ମୟl ବେହେରା,ସୁନୀତା ସେଠ୍,ଅମୃତା ପଟ୍ଟନାୟକ,ସୁଶ୍ରୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ l