-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
16-Oct-2025
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଗେର୍ଡି ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରାଗଲା l ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟପାଣି ଉଡ୍ଡୁ ଅନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି l ଏହି ଅବସରରେ ଗ୍ରାମାଞ୍ଚଳ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ରେ ଅଙ୍ଗନବାଡି କେନ୍ଦ୍ର ସହାୟକ ହେବବୋଲି ବିଡ଼ିଓ ଶ୍ରୀଯୁକ୍ତ ଉଡ୍ଡୁ ନିଜ ବକ୍ତବ୍ୟ ରେ କହିଥିଲେ l ଉକ୍ତ ଉଦ୍ଘାଟନୀ ରେ ଲୋଇସିଂହା ବ୍ଲକ ଏ.ଇ.ଇ ସିଦ୍ଧାର୍ଥ ପାଢ଼ୀ, ସରପଞ୍ଚ ସଦାଶିବ କନ୍ଧେର, ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭୋଇ ଓ ଗ୍ରାମବାସୀ ବୃନ୍ଦ ଯୋଗଦାନ କରି ନିଜ ଗ୍ରାମରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଖୁସିବ୍ୟକ୍ତ କରିଛନ୍ତି l